fbpx

ଘୁଞ୍ଚିଲା ସାହିନବାଗ ମାମଲାର ଶୁଣାଣି

ନୂଆଦିଲ୍ଲୀ, ୨୬ା୨: ଆଜି ସୁପ୍ରିମକୋର୍ଟରେ ଦିଲ୍ଲୀ ସାହିନବାଗ ମାମଲାର ଶୁଣାଣି ଘୁଞ୍ଚିଛି । ଯାହାର ଶୁଣାଣି ଆଜି ପରିବର୍ତ୍ତେ ମାର୍ଚ୍ଚ ୨୩ରେ ହେବ ବୋଲିି ସୂଚନା ମିଳିଛି । ଏହାସହ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟ ମନା କରିଛନ୍ତି । ପୋଲିସର କାର୍ଯ୍ୟଶୈଳୀକୁ ନେଇ କୋର୍ଟ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି । ସାହିନବାଗରୁ ଆନ୍ଦୋଳନକାରୀଙ୍କୁ ହଟାଇବା ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଉଭୟ ଗୃହରେ ପାସ ହୋଇ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଇନରେ ପରିଣତ ହୋଇଥିବା ନାଗରିକତା ସଂଶୋଧନ ଆଇନକୁ ନେଇ ସାହିନବାଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସେଠାରେ ୮୦ଦିନରୁ ଉଦ୍ଧ୍ୱର୍ ହେବ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ଆନ୍ଦୋଳନକାରୀଙ୍କୁ ହଟାଇବା ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା ।

Get real time updates directly on you device, subscribe now.