fbpx

ଇତିହାସ ରଚିଲା NASA; ଲାଲ୍ ଗ୍ରହରେ ପ୍ରଥମ ଥର ଉଡାଇଲା ହେଲିକପ୍ଟର୍

ନୂଆଦିଲ୍ଲୀ ୧୯ ।୪ (ଓଡିଶା ଭାସ୍କର) : ଇତିହାସ ରଚିଲା NASA । ଅନ୍ୟଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର୍ ଉଡାଇଛି NASA । ସୋମବାର ଅପରାହ୍ନ ୪ଟାରେ ଏହି ହେଲିକପ୍ଟର ଉଡାଯାଇଛି । ଏହି ହେଲିକପ୍ଟର ନାମ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ରଖା ଯାଇଛି । ପୂର୍ବରୁ ଏପ୍ରିଲ ୧୧ ତାରିଖରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଣ ଭରିବା ନେଇ ଘୋଷଣା ହୋଇଥିଲେ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମିଶନକୁ ସ୍ଥଗିତ କରାଯାଇଥିଲା । ହେଲିକପ୍ଟର ଉଡାଣ ଭରିବା ସମୟରେ ଏହାର ଟାଇମର୍ ସଠିକ୍ ଢଙ୍ଗରେ କାମ କରୁନଥିବାରୁ ଉଡାଣଟି ବାତିଲ୍ କରାଯାଇଥିଲା । ଟାଇମରରେ କିଛି ତ୍ରୁଟି ଯୋଗୁଁ ପ୍ରୀ-ଫ୍ଲାଇଟ୍ ମୋଡରୁ ଫ୍ଲାଇଟ୍ ମୋଡକୁ ଆସିବା ବ୍ୟବସ୍ଥାରେ କିଛିଟା ଗଡବଡ ଦେଖାଦେଇଥିଲା । ସେଥିପାଇଁ ମିଶନକୁ ପ୍ରଥମେ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହା ବିନା ଅସୁବିଧାରେ ମଙ୍ଗଳ ଗ୍ରହରେ ପହଞ୍ଚିବା ସହ ସୁରକ୍ଷିତ ରହିଛି । NASA ଲଗାତାର ଭାବେ ଉକ୍ତ ହେଲିକପ୍ଟର ସହିତ ସମ୍ପର୍କରେ ଅଛି।

ମଙ୍ଗଳ ଗ୍ରହର ପୃଷ୍ଠଭୂମିରୁ ମାତ୍ର ୪ ଇଞ୍ଚ ଉପରେ ୧.୮ କିଲୋ ଗ୍ରାମ ବିଶିଷ୍ଟ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’କୁ ସୁରକ୍ଷିତ ଭାବେ ନିଜ କକ୍ଷରେ ରଖିଥିଲା ରୋଭର । ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ଲ୍ୟାଣ୍ଡ କରିବା ପରେ ସ୍ୱାଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା । ଉନ୍ନତମାନର ଜ୍ଞାନକୌଶଳ ସହିତ ନିର୍ମାଣ ହୋଇଥିବା ହେଲିକପ୍ଟର ସୂର୍ଯ୍ୟ କରିଣରେ ଚାର୍ଯ କଲାଭଳି ବ୍ୟାଟେରୀ ସେଥିରେ ଲଗାଯାଇଛି ।ଏହାସହ ହେଲିକପ୍ଟରେ ପଙ୍ଖାରେ ସୋଲାର୍ ପେନାଲ୍ ଲାଗା ହୋଇଛି । ଯାହାକି ମଙ୍ଗଳ ଗ୍ରହରେ ବଦଳୁଥିବେ ତାପମାତ୍ରାକୁ ସହିପାରିବ । ମଙ୍ଗଳ ଗ୍ରହରେ ଦିନରେ ୭.୨୨ ଡିଗ୍ରୀ ସେଲସିୟସରେ ଥିବାବେଳେ ରାତିରେ ଏହାର ତାପମାତ୍ରା ୯୦ ଡିଗ୍ରୀ ସେଲସିୟସ ଛୁଇଁପାରେ । ତେବେ ମଙ୍ଗଳ ଗ୍ରହରେ ଏହି ହେଲିକପ୍ଟର ୩୧ ଦିନ ଧରି ଅନୁସନ୍ଧାନ କରିବ । ଅତି ବେଶୀରେ ୧୬.୫ ଫୁଟ୍ ଉଚ୍ଚତାରେ ଉଡିବା ସହିତ ପ୍ରାୟ ୩୦୦ ଫୁଟ୍ ଦୂରତା ଯାଏଁ ଅନୁସନ୍ଧାନ କରିପାରିବ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ।

ସେପଟେ ଏହାକୁ ନେଇ ନାସାର ବୈଜ୍ଞାନମାନେ ଖୁବ୍ ଉତ୍ସାହିତ ଅଛନ୍ତି । ମଙ୍ଗଳ ଗ୍ରହରେ ନାସାର ହେଲିକପ୍ଟରର ସଫଳତାର ସହ ଉଡାଣ ପରେ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ର ପୋଜେକ୍ଟ ମ୍ୟାନେଜର ମିମି ଅଙ୍ଗ ନାସାର ପୁରା ଟିମ କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ତାଙ୍କ ଟିମ ଏହି ଅଭିଯାନ ପାଇଁ ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ ।

 

Get real time updates directly on you device, subscribe now.