fbpx

ଭ୍ୟାକ୍ସିନର ତୃତୀୟ ଡୋଜ ପାଇଁ ତଥ୍ୟର ଆବଶ୍ୟକତା ରହିଛି: ସମୀରନ ପଣ୍ଡା

ବିଶ୍ୱରେ କରୋନା ଭାଇରସର ଦ୍ୱିତୀୟ ଲହରର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଭିନ୍ନ ଦେଶରେ ଜାରି ରହିଛି ଟୀକାକରଣ । ଭାରତରେ ମଧ୍ୟ ଟୀକାକରଣକୁ ବ୍ୟାପକ କରାଯାଇଛି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା କରିବାରେ ତୃତୀୟ କୋଭିଡ ଡୋଜ ଅଧିକ ପ୍ରଭାବଶାଳୀ ହେବ କି ନାହିଁ ତାହା ସ୍ଥିର କରିବାକୁ ଅଧିକ ତଥ୍ୟର ଆବଶ୍ୟକତା ବେଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।
ଭାରତ କୋଭିଡ-୧୯ ମାମଲାରେ ବ୍ୟାପକ ବୃଦ୍ଧି ସହ ସଂଗ୍ରାମ କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ରବିବାର ରେକର୍ଡ ସଂଖ୍ୟକ ୨,୬୧,୫୦୦ କୋଭିଡ ପଜିଟିଭ ମାମଲା ସାମ୍ନାକୁ ଆସିଛି ।
Pfizer ଏବଂ Moderna ନିକଟରେ ଘୋଷଣା କରିଛନ୍ତି ଯେ ଯେଉଁମାନେ Pfizer-BioNTech କିମ୍ବା Moderna ଟୀକା ଗ୍ରହଣ କରିଛନ୍ତି ସେମାନଙ୍କୁ ଏକ ବୁଷ୍ଟର ଡୋଜର ଆବଶ୍ୟକ ରହିଛି ।
ଏହି ମାସ ଆରମ୍ଭରେ DCGIର ଏକ ଏକ୍ସପର୍ଟ ପ୍ୟାନେଲ Bharat BioTech ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଭ୍ୟାକ୍ସିନ ‘କୋଭାକ୍ସିନ’ର ତୃତୀୟ ଡୋଜର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଛି ।
ବର୍ତ୍ତମାନ ଭାରତରେ ସିରମ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକ ଦ୍ୱାରା ନିର୍ମିତ ଟୀକା କୋଭିସିଲଡ ଏବଂ କୋଭାକ୍ସିନ ଟୀକାର ଦୁଇଟି ଡୋଜ ଦିଆଯାଉଛି । ପ୍ରଥମ ଡୋଜର ୮ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯାଉଛି । ଏହାରି ମଧ୍ୟରେ ଭାରତ ବାୟୋଟେକ ଏହାର ୬ ମାସ ପାଇଁ ଟୀକାର ତୃତୀୟ ଡୋଜ ନେବା ପାଇଁ ଏକ ପ୍ରସ୍ତାବ ଦେଇଛି ।
ତୃତୀୟ ଡୋଜର ଦରକାର ଏବଂ ଉପଲବ୍ଧତା ଏବଂ ପ୍ରଭାବ କୋଭିଡ ଭାଇରସର ଦ୍ୱିତୀୟ ଲହରର ସଂକ୍ରମଣ ସମୟରେ କେମିତି ରହିବ ସେ ନେଇ ବିଶେଷଜ୍ଞ କହିଛନ୍ତି ଏହା ଛଡା ତୃତୀୟ ଡୋଜ ପାଇଁ ଅଧିକ ତଥ୍ୟର ଆବଶ୍ୟକତା ରହିଛି ଯାହା କୋଭିଡ ବିରୋଧରେ ଲଢେଇ ପାଇଁ ଅଧିକ ସହାୟକ ହୋଇପାରିବ । ଆଇସିଏମଆରର ନ୍ୟାସନାଲ ଏଡସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ର ନିର୍ଦ୍ଧେଶକ ସମୀରନ ପଣ୍ଡା କହିଛନ୍ତି “ଯଦି ଦ୍ୱିତୀୟ ଡୋଜ ପରେ ତୃତୀୟ ହୋଜର ଆବଶ୍ୟକ ପଡେ ତେବେ ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ନଜରରେ ରଖି ଦିଆଯିବ ।”
ଅର୍ଥାତ ଦୁଇଟି ଡୋଜ ପରେ ଶରୀରରେ ଆଣ୍ଟିବଡିର ସ୍ଥିତି କିଭଳି ଅଛି ତାହାକକୁ ଦେଖି ତୃତୀୟ ଡୋଜ ଦିଆଯିବ, ଯଦି ଶରୀରରେ ଆଣ୍ଟିବଡିର ମାତ୍ରା ତଳକୁ ଥାଏ ତେବେ ତୃତୀୟ ଡୋଜର ଦରକାର ପଡିପାରେ ।
“ଯଦି କଂପାନୀମାନେ ତୃତୀୟ ଡୋଜର ଦରକାର ଭାବୁଛନ୍ତି ତେବେ ଏଥିପାଇଁ କ’ଣ ତଥ୍ୟ ରହିଛି । କାରଣ ଆମେ ଜାଣିଛେ କୋଭିଡ ଭାଇରସ ୨୦୧୯ ଡିସେମ୍ବରରେ ରେ ଆସିଥିଲା ଏବଂ ଭ୍ୟାକ୍ସିନ ଏପ୍ରିଲ ଏବଂ ଅଗଷ୍ଟ ମାସରେ ଆସିଥିଲା ତେଣୁ ଏତେ କମ ସମୟ ମଧ୍ୟରେ ଭ୍ୟାକ୍ସିନ ତିଆରି ହୋଇଥିଲେ ବି ଆମ ପାଖରେ ଅଧିକ ତଥ୍ୟ ନାହିଁ । ମୁଁ ଭାବୁଛି ତୃତୀୟ ଡୋଜ ନେବା ଏକ ଅନୁମାନ । ତଥ୍ୟ ଅସିବା ପରେ ଜଣା ପଡିବ ତୃତୀୟ ଡୋଜର ଦରକାର ରହିଛି କି ନାହିଁ, ବର୍ତ୍ତମାନ ସେ ସମୟ ଆସିନାହିଁ ।”
ଯଦି ଏହି କଂପାନୀ ମାନେ ତୃତୀୟ ଡୋଜ ଦେବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସାମ୍ନାରେ ଏହି ପ୍ରଶ୍ନ ରହିବ କି ଏହି ତୃତୀୟ ଡୋଜ କିଭଳି କାମ କରିବ ।

Get real time updates directly on you device, subscribe now.