fbpx
BSKY
BJD SHG SKY
BJD MC SKY

ଚିହ୍ନାଇ ଦେଲା NASA: ଚନ୍ଦ୍ରମାର ଏହି ଜାଗାରେ Land କରିଥିଲା ଭାରତର ଲାଣ୍ଡର ‘ବିକ୍ରମ’

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ରେ ଏକ ବିରାଟ ସଫଳତା ହାସଲ କରିଛି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା ପରେ ସେଠାକାର ଅନେକ ତଥ୍ୟ ପଠାଇ ଚାଲିଛି । ଚନ୍ଦ୍ରରେ ବିଭିନ୍ନ ଜୈବ ପଦାର୍ଥର ସନ୍ଧାନ କିମ୍ବା ଋଷର ଲୁନାର-୨୫ ବ୍ଲାଷ୍ଟ ହୋଇଥିବା ସ୍ଥାନର ଫଟୋ ଉଠାଇ ଛାଡ଼ିଛନ୍ତି ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । କିନ୍ତୁ ବର୍ତ୍ତମାନ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଏକ ଅବିସ୍ମରଣୀୟ ଫଟୋ ପୋଷ୍ଟ କରିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ନାସାର ଲୁନାର ରିକନିସେନ୍ସ ଅର୍ବିଟର ଚନ୍ଦ୍ରମାରୁ ଏକ ସ୍ଥାନର ଫଟୋକୁ ନିଜ କ୍ୟାମେରାରେ କଏଦ କରିଛି । ତେବେ ନାସା କହିବା ଅନୁସାରେ, ଏହି ସ୍ଥାନରେ ଭାରତର ଚନ୍ଦ୍ରଯାନ-୩ ଅର୍ଥାତ୍ ଲ୍ୟାଣ୍ଡର ‘ବିକ୍ରମ’ ପାଦ ଥାପିଥିଲା । ଚନ୍ଦ୍ର ରାଇଜରେ ଚନ୍ଦ୍ରଯାନ-୩ର ଐତିହାସିକ ସଫଳ ଲ୍ୟାଣ୍ଡିଂ ୪ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୭ ତାରିଖରେ ଏହି ଫଟୋ ଉଠାଇଛି ନାସା । ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ରେ ଏକ ପୋଷ୍ଟ କରି ନାସା ଏହି ସୂଚନା ଦେଇଛି । ଫଟୋ ପୋଷ୍ଟ କରିବା ସହ ନାସା ଲେଖିଛି ଯେ, ଏଲଆରଓ ଅନ୍ତରୀକ୍ଷ ଯାନ ନିକଟରେ ଚନ୍ଦପ୍ରୃଷ୍ଠରେ ଲାଣ୍ଡର ବିକ୍ରମର ଫଟୋ ଉଠାଇଛି । ଗତ ୨୩ ତାରିଖରେ ଚନ୍ଦ୍ରମାର ଦକ୍ଷିଣ ମେରୁରୁ ପ୍ରାୟ ୬୦୦ କି.ମି ଦୂରରେ ସଫଳ ଲ୍ୟାଣ୍ଡିଂ କରିଥିଲା । ତେବେ ଚନ୍ଦ୍ରମାକୁ ଛୁଇଁବା ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରି ପୋଷ୍ଟ କରିଛି ନାସା ।

ତେବେ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଅନ୍ଧାର ହୋଇଯିବାରୁ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ବିଶ୍ରାମ ମୋଡର ରହିଛନ୍ତି । କିନ୍ତୁ ଏହା ମଧ୍ୟରେ ପ୍ରଜ୍ଞାନ ଇସ୍ରୋ ନିକଟକୁ ଏକ ଫଟୋ ପଠାଇଛି । ଏହା ଚନ୍ଦ୍ରପୃଷ୍ଠର ଏକ ୩ଡି ଇମେଜ୍ ବୋଲି କୁହାଯାଇଛି । ତେବେ ଏହି ଫଟୋ ୩ଟି ଚାନେଲର ମିଶ୍ରଣରେ ପ୍ରସ୍ତୁତ କରାଯାଇଥିବା କହିଛି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ।

Get real time updates directly on you device, subscribe now.