fbpx

(video)ମେସ୍‌ରେ ଏପରି ହେଉଥିଲା ଖାଦ୍ୟ ପ୍ରସ୍ତୁତ, ଭିଡିଓ ଦେଖିବା ପରେ ଆପଣ ବି କହିବେ ଛି..ଛି..

ନୂଆଦିଲ୍ଲୀ: ପ୍ରାୟ ହୋଟେଲମାନଙ୍କରେ ଲେଖାଯାଇଥାଏ ଏଠାରେ ଶୁଦ୍ଧ ଭୋଜନ ମିଳୁଛି ବୋଲି । ଘରେ ବି ସମସ୍ତେ ପିଲାମାନଙ୍କୁ କହିଥାନ୍ତି ସଫାସୁତୁରା ହୋଇଥିବା ହୋଟେଲରେ ସର୍ବଦା ଖାଦ୍ୟ ଖାଇବୁ । କିନ୍ତୁ ଆମେ ସିନା ବାହାରର ସଫା ସୁତୁରା ଦେଖି ଖାଦ୍ୟ ଖାଇଥାଉ କିନ୍ତୁ ଭିତରେ ଅର୍ଥାତ୍ ଖାଦ୍ୟ ତିଆରି କରିବା ବେଳେ କିଭଳି ଭାବରେ ଏହାକୁ ପ୍ରସ୍ତୁତ କରାଯାଉଛି ତାହା ତ ଆମେ ଜାଣି ପାରି ନ ଥାଉ । ଏଠାରେ ଆମେ ଏପରି ଏକ ଘଟଣାର ଚିତ୍ର ଦେଖାଇବୁ ଯାହା ଦେଖିବା ପରେ ଆପଣଙ୍କ ହୋସ୍ ଉଡିଗଲା ଭଳି ଲାଗିବ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ୍ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଗୋଡରେ ଆଳୁକୁ ଚକଟୁଛନ୍ତି । ଏହି ଚକଟା ଆଳୁ ତରକାରୀ ହୋଇ ଖାଦ୍ୟ ଥାଳିରେ ଆସି ଗ୍ରାହକଙ୍କ ପାଖରେ ପହଞ୍ଚିବ ।

 

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହା ଏକ ୟୁନିଭରସିଟି ମେସ୍‌ର ଭିଡିଓ ବୋଲି ଦାବୀ କରାଯାଉଛି । ଏକ ମିଡିଆ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଆମ ଦେଶର ଏକ ପ୍ରତିଷ୍ଠିତ ୟୁନିଭରସିଟି କିଚେନର ଯାହାକୁ ଜଣେ ଛାତ୍ର ଲୁଚି ଛପି ରେକର୍ଡ କରିଛନ୍ତି । ଭିଡିଓଟି ସାମ୍ନାକୁ ଆସିବା ପରେ ଛାତ୍ରମାନଙ୍କ ମଧ୍ୟରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.