fbpx

କରୋନା କାଳରେ ଡାକ୍ତରମାନଙ୍କ ଅବଦାନ ଅତୁଳନୀୟ

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବରେ ପାଳନ କରାଯାଏ । ଡାକ୍ତର ମୋନେ ଯେଉଁଭଳି ଭାବରେ ନିଜ ଜୀବନକୁ ଖାତିର ନକରି ଦିନ ରାତି ପରିଶ୍ରମ କରି ରୋଗୀ ମାନଙ୍କୁ ରକ୍ଷା କରନ୍ତି, ତାକୁ ମନେ ପକାଇବା ପାଇଁ ଏହି ସ୍ୱତନ୍ତ୍ର ଦିନକୁ ପାଳନ କରାଯାଏ । ଭାରତରେ ପ୍ରତିବର୍ଷ ଜୁଲାଇ ୧ ତାରିଖରେ ମହାନ୍ ଚିକିତ୍ସକ ଓ ପଶ୍ଚିବମଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡ. ବିଧାନ ଚନ୍ଦ୍ର ରାୟଙ୍କ ଜୟନ୍ତୀ ଅବସରରେ ଏହିୀ ଦିନକୁ ପାଳନ କରାଯାଏ ।

ତେବେ ବର୍ତ୍ତମାନର ପରିସ୍ଥିତି ବିଷୟରେ ଯଦି କହିବା ତେବେ ଦେଶର ସମସ୍ତ ଡାକ୍ତର କରୋନା ମହାମାରୀ ସମୟରେ ଲୋକମାନଙ୍କର ସେବା କରିବା ସହିତ ନିଜ ପରିବାର କଥା ଭୁଲି ଯାଇ ରୋଗୀ ମାନଙ୍କର ଚିକିତ୍ସା କରୁଛନ୍ତି । ଯାହା ସାରା ଦେଶ ଦେଖୁଛି । ସେମାନେ ଏହି ଘଡିସନ୍ଧି ମୁହୁର୍ତ୍ତରେ ଲୋକମାନଙ୍କର ଏକାମାତ୍ର ତ୍ରାଣକର୍ତ୍ତା ସାଜିଛନ୍ତି । ଆଗଧାଡିର ଯୋଦ୍ଧା ସାଜି ଅହରହ କରୋନା ରୋଗୀଙ୍କ ସେବାରେ ତଲ୍ଲୀନ ରହିଛନ୍ତି । ତେଣୁ ଏହିଭଳି ଏକ ଦିନରେ ସେମାନଙ୍କୁ ସମ୍ମାନ ଜଣାଇବା ହେଉଛି ଏହି ଦିନର ମହତ୍ତ୍ୱ ।

ମହାନ୍ ଚିକିତ୍ସକ ଓ ପଶ୍ଚିବମଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡ. ବିଧାନ ଚନ୍ଦ୍ର ରାୟ ୧୮୮୨ ମସିହା ଜୁଲାଇ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓ ୧୯୬୨ ମସିହାରେ ତାଙ୍କର ପରଲୋକ ହୋଇଯାଇଥିଲା । ଡ. ରାୟଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ରହିଥିଲା । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ଡାକ୍ତର ମାନଙ୍କୁ ସେମାନଙ୍କ ମହାନ୍ କାର୍ଯ୍ୟ ପାଇଁ ସମ୍ମାନିତ କରିଛନ୍ତି ।

Get real time updates directly on you device, subscribe now.