fbpx

ବସ୍ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍: ପରିବହନ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି । ପଜିଟିଭିଟି ହାର ୫% କମିଥିବା ‘ଏ’ କାଟେଗୋରୀର ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି । ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ଅନୁମତି ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଖୁବଶୀଘ୍ର ଏହି ଜିଲ୍ଲାରେ ବସ ଚଳାଚଳ ପାଇଁ ଗାଇଡଲାଇନ୍ ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ କହିବା ଅନୁସାରେ, ‘ବସ୍ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍ । ଆରଟିଓ ଓ ବସ୍ ସଂଘଗୁଡିକୁ ଗାଇଡଲାଇନ୍ ଦିଆଯିବ । ବସରେ ଯେତିକି ସିଟ୍ ଅଛି ସେତିକି ଯାତ୍ରୀ ବସିବେ । ମାସ୍କ ବାଧ୍ୟତାମୂଳକ କରାଯିବ, ସବୁଦିନ ବସକୁ ସାନିଟାଇଜ କରାଯିବ । କିନ୍ତୁ କାଟାଗୋରୀ ବି ଜିଲ୍ଲାରେ ବସ୍ ଚଳାଚଳ କରିବ ନାହିଁ ।’

Get real time updates directly on you device, subscribe now.