fbpx

ମୋଦୀ କ୍ୟାବିନେଟରୁ ଏହି ମନ୍ତ୍ରୀ ମାନଙ୍କର ହୋଇପାରେ ଛୁଟି! ଜାଣନ୍ତୁ କେଉଁ ସମୀକରଣ ଉପରେ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟ୍ ରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ ଯାହା ଉପରେ ଏବେ ସାରା ଦେଶର ନଜର ରହିଛି । ଖରାପ ପ୍ରଦର୍ଶନ କରିଥିବା ମନ୍ତ୍ରୀ ମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ବାସ୍ତବରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କିଛି ଖରାପ ପ୍ରଦର୍ଶନ କରୁଥିବା ମନ୍ତ୍ରୀଙ୍କ ସଂଖ୍ୟା ବଢ଼ିଯାଇଛି । ଯାହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ କିଛି ବଡ଼ ପରିବର୍ତ୍ତନ ଆଣିପାରନ୍ତି । କୁହାଯାଉଛି ଯେ, ଏହିଭଳି କିଛି ମନ୍ତ୍ରୀଙ୍କୁ ମୋଦୀ ନିଜର ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିପାରନ୍ତି । ଏଥିସହିତ କିଛି ନୁଆ ଚେହେରା ମନ୍ତ୍ରୀମଣ୍ଡଳକୁ ଏଣ୍ଟ୍ରି କରିବାର ସମ୍ଭାବନା ରହିଛି । ମିଡିଆ ରିପୋର୍ଟ ଅନୁସାରେ ଦୁଇ ବର୍ଷ ପରେ ଏହି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

ସୂଚନା ଯେ, ମୋଦୀ କ୍ୟାବିନେଟ୍ ର ୩୦ ରୁ ୩୫ ପ୍ରତିଶତ ଚେହେରା ବଦଳି ପାରନ୍ତି । ବର୍ତ୍ତମାନ କ୍ୟାବିନେଟ୍ ରେ ୨୧କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି ଯେଉଁଥିରେ ଆଗାମୀ ଦିନରେ କିଛି ନୂଆ ମୁହଁକୁ ଦେଖାଯିବାର ସମ୍ଭାବନା ରହିଛି । ତେବେ ଆସନ୍ତା ବର୍ଷ ୟୁପି, ପଞ୍ଜାବ ସମେତ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହି ନିର୍ବାଚନ କାରଣରୁ ହିଁ ରାଜ୍ୟ ମାନଙ୍କରେ ସମୀକରଣକୁ ସଂଶୋଧନ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏହି ପରିସପ୍ରେକ୍ଷୀରେ ୟୁପିରୁ ଆସୁଥିବା ମନ୍ତ୍ରୀଙ୍କ ସଂଖ୍ୟା ବଢ଼ାଇବା ସହିତ ମନ୍ତ୍ରାଳୟ ମଧ୍ୟ ଦିଆଯାଇପାରିବ । ଏହା ଏଥିପାଇଁ କରାଯାଉଛି କି, ଯେପରି ଦଳ ସିଧାସଳଖ ଜନତାଙ୍କ ଯୋଡି ହୋଇପାରିବ ।

ବିଦାୟକାଳୀନ ଅଟକଳ ଜାରି କରାଯିବା ପରଠାରୁ ମନ୍ତ୍ରୀମାନଙ୍କ ନିଶ୍ୱାସ ଅଟକିବା ସଦୃଶ ହୋଇଯାଇଛି । କାରଣ ଗତ ସପ୍ତାହ କ୍ୟାବିନେଟ୍ ରେ ପ୍ରଧାନମନ୍ତ୍ରୀ କଠୋର ନିଷ୍ପତି ନେବାନେଇ ସଂକେତ ଦେଇସାରିଛନ୍ତି । ସେହି ସମୟରୁ ହିଁ ଭଲ ପ୍ରଦର୍ଶନ କରିନଥିବା ମନ୍ତ୍ରୀଙ୍କ ଉପରେ ପାଦ ତଳୁ ମାଟି ଖସିବା ପରି ପରିସ୍ଥିତି ସୃଷ୍ଟି ହୋଇଯାଇଛି ।

Get real time updates directly on you device, subscribe now.