fbpx

ପିଲାଙ୍କ ଉପରେ କୋଭାଭାକ୍ସ ଟ୍ରାଏଲ ମନା

ନୂଆଦିଲ୍ଲୀ: ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବା ଏସଆଇଆଇକୁ ଲାଗିଛି ବଡ଼ ଝଟକା । ପିଲାଙ୍କ ଉପରେ ଟିକା ଟ୍ରାଏଲ ନକରିବାକୁ ସରକାରୀ ପ୍ୟାନେଲ ପରାମର୍ଶ ଦେଇଛି । କୋଭାଭାକ୍ସ ଟିକାର ୨ ଓ ୩ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ମିଳିନାହିଁ ।

ସୂତ୍ରରୁ ମିଳିଥିବା ଖବର ମୁତାବକ, କୋଭାଭାକ୍ସି ଟିକା ଟ୍ରାଏଲ ପାଇଁ ଅନୁମତି ମାଗିଥିଲା ସେରମ ଇନଷ୍ଟିଚ୍ୟୁଟ୍ । ୨ରୁ ୧୭ ବର୍ଷ ବୟସ୍କଙ୍କ ଉପରେ ଏହାର ୨ୟ ଓ ୩ୟ ପର୍ଯ୍ୟାୟ ଟ୍ରାଏଲ ହୋଇଥାନ୍ତା । ୧୦ଟି ଜାଗାରେ ୯୨୦ ଜଣ ପିଲାଙ୍କଠାରେ ପରୀକ୍ଷା ହୋଇଥାନ୍ତା । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ପ୍ୟାନେଲ ଏହାକୁ ଅନୁମତି ଦେଇନଥିବା ସୂଚନା ମିଳିଛି ।

ତେବେ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ କୋଭାଭାକ୍ସ ଟିକା ପ୍ରସ୍ତୁତ ହୋଇଛି । ଆମେରିକୀୟ କମ୍ପାନୀ ନୋଭାଭାକ୍ସର ଭାରତୀୟ ସଂସ୍କରଣ ହେଉଛି ଏହି ଟିକା । ପ୍ରଥମେ ବୟସ୍କଙ୍କ ଉପରେ କୋଭାଭାକ୍ସର ପରୀକ୍ଷା କରିବାକୁ ଏସଆଇଆଇକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.