fbpx

National Sports Awards 2022: ଶରଥ କମଲଙ୍କୁ ଖେଳ ରତ୍ନ, ୨୫ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର, ଓଡ଼ିଶାରୁ କାହାକୁ ମିଳିଲା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନରେ କୃତୀ କ୍ରୀଡ଼ାବିତଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି । ଟେବୁଲ ଟେନିସ ପ୍ଲେୟାର ଶରଥ କମଲ ଏକମାତ୍ର କ୍ରୀଡ଼ାବିତ ଭାବେ ଖେଳ ରତ୍ନ ପୁରସ୍କାର ପାଇଛନ୍ତି । ୨୫ ଜଣ କ୍ରୀଡ଼ାବିତଙ୍କୁ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯାଇଛି । ବକ୍ସିଂ ଚାମ୍ପିୟନ ନିଖଟ ଜରିନ, ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ସମେତ ୩୮ ଜଣ କ୍ରୀଡ଼ାବିତ, କୋଚ ଓ ସଂସ୍ଥାଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

ଶରଥଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ମେଜର ଧ୍ୟାନ ଚାନ୍ଦ ଖେଲ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସେ ଚଳିତ ବର୍ଷ ପ୍ରାରମ୍ଭରେ କମନୱେଲଥ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସୀମା ପୁନିଆ- ଡିସକସ ଥ୍ରୋ, ଏଲଧୋଜ ପାଉଲ- ଟ୍ରିପଲ ଜମ୍ପ, ଅଭିନାଶ ସାବଲ- ଷ୍ଟିପଲଚେଜ, ଲକ୍ଷ୍ୟ ସେନ- ବ୍ୟାଡମିଣ୍ଟନ, ଏଚଏସ ପ୍ରଣୟ- ବ୍ୟାଡମିଣ୍ଟନ, ଅମିତ ପଙ୍ଘାଲ- ବକ୍ସିଂ, ନିଖଟ ଜରିନ- ବକିଂ, ଭକ୍ତି କୁଲକର୍ଣ୍ଣି- ଚେସ, ଆର. ପ୍ରଜ୍ଞାନାନନ୍ଧା- ଚେସ, ଦୀପ ଗ୍ରେସ ଏକ୍କା- ହକି, ସୁଶିଲା ଦେବୀ- ଜୁଡୋ, ସାକ୍ଷୀ କୁମାରୀ- କବାଡ଼ି, ନୟନ ମୋନି ସାଇକିଆ- ଲନ୍ ବାଉଲ, ସାଗର ହଭହାଲକର- ମାଲଖମ୍ବ, ଇଲାଭେନିଲ ଭାଲାରିଭନ- ଶୁଟିଂ, ଓମପ୍ରକାଶ ମିଥରଭାଲ- ଶୁଟିଂ, ଶ୍ରୀଜା ଆକୁଲା- ଟେବୁଲ ଟେନିସ, ବିକାଶ ଠାକୁର- ଭାରୋତ୍ତଳନ, ଅନଶୁ- ରେସଲିଂ, ସରିତା- ରେସଲିଂ, ପ୍ରବୀଣ- ଉସୁ, ମାନସୀ ଜୋଶୀ- ପାରା ବ୍ୟାଡମିଣ୍ଟନ, ତରୁଣ ଧିଲନ- ପାରା ବ୍ୟାଡମିଣ୍ଟନ, ସ୍ୱପ୍ନିଲ ପାଟିଲ- ପାରା ବ୍ୟାଡମିଣ୍ଟନ, ଜର୍ଲିନ ଅନିକା ଜେ- ଡିଫ ବ୍ୟାଡମିଣ୍ଟନ ପ୍ରମୁଖ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି ।

ଭାରତୀ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ କୋଚ ଦିନେଶ ଲାଦଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡ଼ା ବ୍ୟକ୍ତିତ୍ୱ, କ୍ରୀଡ଼ା ସାମ୍ବାଦିକ, କ୍ରୀଡ଼ା ପ୍ରଶାସକଙ୍କୁ ନେଇ ଗଠିତ କମିଟି ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନୋମିନେସନ ସୁପାରିଶ କରିଥିଲେ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଏ । ଓଡ଼ିଶାର ହକି ଖେଳାଳି ଦୀପ ଗ୍ରେସ ଏକ୍କା ଚଳିତ ବର୍ଷ ଅର୍ଜୁର୍ନ ପୁରସ୍କାର ପାଇଛନ୍ତି । ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Get real time updates directly on you device, subscribe now.