fbpx
BSKY
BJD SHG SKY
BJD YOUTH SKY

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ: ଜଟଣୀରେ ହେବ କ୍ୟାନସର ହସ୍ପିଟାଲ , ଭର୍ଚୁଆଲ୍ ମୋଡରେ କଲେ ଶିଳାନ୍ୟାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଖୋର୍ଦ୍ଧାସ୍ଥିତ ଜଟଣୀରେ କର୍କଟ ରୋଗ ପାଇଁ ହସ୍ପିଟାଲର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି । ହୋମି ଭବା କର୍କଟ ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ରର ଶିଳାନ୍ୟାସ ହୋଇଛି । ଭର୍ଚୁଆଲ୍ ମୋଡରେ ପ୍ରଧାନମନ୍ତ୍ରୀ ଏହି ଶିଳାନ୍ୟାସ କରିଛନ୍ତି ।
ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶକୁ ୫୮୦୦ କୋଟିରୁ ଅଧିକ ମୂଲ୍ୟର ଉତ୍ସର୍ଗୀକୃତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନ୍-ୱେଭ୍ ଅବଜରଭେଟୋରୀ ର ମୂଳଦୁଆ ପକାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋଲୋଜିଷ୍ଟଙ୍କୁ ସମ୍ମାନିତ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ୧୯୯୯ ମସିହାରେ ଆରମ୍ଭ ହୋଇଥିଲା । ଜାତୀୟ ଟେକ୍ନୋଲୋଜି ଦିବସ ପ୍ରତିବର୍ଷ ମେ ୧୧ ରେ ପାଳନ କରାଯାଏ ।

Get real time updates directly on you device, subscribe now.