fbpx

ସାବଧାନ୍! Whatsapp ମିସ୍ କଲ୍ ଉପରେ ଆକ୍ସନ ନେବେ ସରକାର: ନେବାକୁ ଯାଉଛନ୍ତି ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ମେସେଜ କିମ୍ବା ଚାଟ୍ କରିବା ପାଇଁ ହ୍ୱାଟ୍ସଆପ ଏକ ଲୋକପ୍ରିୟ ଏବଂ ପପୁଲାର ପ୍ଲାଟଫର୍ମ ପାଲଟିଛି । କିନ୍ତୁ କିଛି ଦିନରୁ ୟୁଜରମାନଙ୍କୁ ଏଥିରେ ବିଭିନ୍ନ ସମସ୍ୟାର ସାମନା କରିବାକୁ ପଡିଛି । ଏପରିକି ହ୍ୱାଟ୍ସଆପରେ କିଛି ଅଜଣା ନମ୍ବରରୁ ମିସ୍ କଲ୍ ଆସୁଥିବାର ଦେଖାଯାଉଛି । ତେବେ ଏ ସମସ୍ତ କଲ୍ ଭାରତର ନୁହେଁ ବରଂ ଅନ୍ୟ ଦେଶର ନମ୍ବରରୁ ଆସୁଛି । ଏଭଳି କାହିଁ ହେଉଛି, ଏହାର ଉତ୍ତର ଏପର୍ଯ୍ୟନ୍ତ ମିଳି ପାରିନାହିଁ । ତେଣୁ ସରକାର ଏହା ଉପରେ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ।

ଏଭଳି ଅନ୍ତରାଷ୍ଟ୍ରୀୟ ନମ୍ବରରୁ ଅଜଣା କଲ୍ ଏବଂ ରେକର୍ଡିଙ୍ଗ ଉପରେ ନୋଟିସ ପଠାଇବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏହାସହିତ ହ୍ୱାଟ୍ସଆପକୁ ମାଇକ୍ରୋଫୋନ ରେକର୍ଡ କରିବା ନେଇ ମଧ୍ୟ ନୋଟିସ ପଠାଇବାକୁ ଯାଉଛନ୍ତି ସରକାର । ତେବେବ କମ୍ପାନୀର ଅଫିସିଆଲ ଉତ୍ତର ପାଇସାରିବା ପରେ ସରକାର ଏହା ଉପରେ ଆକ୍ସନ ନେବାକୁ ଯାଉଛନ୍ତି । ହ୍ୱାଟ୍ସଆପରେ ଅନ୍ତରାଷ୍ଟ୍ରୀୟ ନମ୍ବରରୁ ଅଜଣା କଲ୍ ମାମଲାରେ ସରକାରଙ୍କ ନୋଟିସ ପରେ କମ୍ପାନୀ ସହ ଜବାବ-ତଲବ କରିବେ ସରକାର । ତେବେ କମ୍ପାନୀ ତରଫରୁ ୟଜରମାନଙ୍କର ତଥ୍ୟ ଲିକ୍ ହେଉଛି କି? ଏ ହି ପ୍ରଶ୍ନର ଉତ୍ତର କମ୍ପାନୀକୁ ଦେବାକୁ ପଡିବ । ତେବେ ଯଦି ଏହା ସାଧାରଣ କଲ୍ ହୋଇଥାଏ, ତେବେ ଏହାକୁ ରୋକିବା ପାଇଁ କମ୍ପାନୀ କ’ଣ ପଦକ୍ଷେପ ନେଇଛି ତାହା ସ୍ପଷ୍ଟ କରିବାକୁ ହେବ । ଏହାସହ ଆଉ ଏକ ପ୍ରଶ୍ନ ହେଉଛି, କିଛି ନିର୍ଦ୍ଦିଷ୍ଟ ସ୍ଥାନରୁ କଲ୍ ଆସିବା କିଛି ବିପଦକୁ ଇସାରା କରୁ ନି ତ?

ଗତ କିଛି ଦିନରୁ ହ୍ୱାଟ୍ସଆପ ୟୁଜରମାନଙ୍କୁ ବିଶେଷ କରି ମାଲେସିଆ(+୬୦), ଇଣ୍ଡୋନେସିଆ(+୬୨), ଭିଏତନାମା(+୮୪), ଇଥିଓପିଆ(+୨୫୧), କେନିଆ(+୨୫୪) ଏବଂ ଅନ୍ୟ ଦେଶର ନମ୍ବରରୁ ଅଜଣା କଲ୍ ଆସୁଥିବା ଅଭିଯୋଗ ହୋଇଛି । ସ୍ମାର୍ଟଫୋନ କିଣିବା ବେଳେ ଏହାସହିତ କିଛି ଅଦରକାରୀ ଆପ୍ସ ମଧ୍ୟ ଆସିଥାଏ । ତେବେ ଏସବୁକୁ ନେଇ ମଧ୍ୟ ସରକାର ଖୁବଶୀଘ୍ର ଗାଇଡଲାଇନ ପ୍ରସ୍ତୁତ କରିପାରନ୍ତି ।

Get real time updates directly on you device, subscribe now.