fbpx

ବୈଜ୍ଞାନିକମାନେ ବିକଶିତ କଲେ ଏକ ସ୍ୱତନ୍ତ୍ର ‘ବ୍ରେନ୍ ଚିପ’: ମଣିଷ ଭାବିଲା ପରେ ରୋବୋଟ କାର୍ଯ୍ୟ କରିବ, ଦିବ୍ୟାଙ୍ଗଙ୍କୁ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ: ମଣିଷକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ ଜାରି ରଖିଥିବା ବେଳେ ଅନେକ ସମୟରେ ଏନେଇ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ବୈଜ୍ଞାନିକମାନେ ଏପରି ଏକ ବ୍ରେନ ଚିପ୍ ବିକଶିତ କରିଛନ୍ତି, ଯାହାର ସହାୟତାରେ ମଣିଷର ଭାବନା ମାଧ୍ୟମରେ ହିଁ ଅନେକ କାର୍ଯ୍ୟ କରିବା ସମ୍ଭବପର ହୋଇପାରିବ । ମଣିଷ ଯାହା ଚାହିଁବ ତାହା ଭାବିବା କ୍ଷଣି ହିଁ ରୋବୋଟ ତାହା କରିଦେବ ।

ସୂଚନା ମୁତାବକ, ଚୀନର ନନକଈ ୟୁନିଭରସିଟିର ବୈଜ୍ଞାନିକମାନେ ଏପରି ଏକ ସଫଳତା ହାସଲ କରିଛନ୍ତି । ଏହି ବ୍ରେନ ଚିପର ସହାୟତାରେ ରୋଗୀମାନଙ୍କୁ ବିଶେଷ କରି ଦିବ୍ୟାଙ୍ଗଙ୍କୁ ଆଶ୍ୱସ୍ତି ମିଳି ପାରିବ । ଏହି ପରୀକ୍ଷଣ ମାଙ୍କଡ଼ର ବ୍ରେନ ଉପରେ କରାଯାଇ ସଫଳତା ମିଳିଛି । ମାଙ୍କଡ଼ର ବ୍ରେନରେ ଏହି ଚିପକୁ ପ୍ରତିରୋପଣ କରାଯାଇଥିଲା । ଏହାପରେ ତାହାକୁ ରୋବୋଟ ସହିତ ଯୋଡ଼ା ଯାଇଥିଲା । ଏହି ପ୍ରୟୋଗ ଅବସରରେ ମାଙ୍କର ନିଜ ବ୍ରେନ ମାଧ୍ୟମରେ ରୋବୋଟର ହାତକୁ ନିୟନ୍ତ୍ରଣ କରିପାରିଥିଲା । ମାଙ୍କଡ଼ ଯେମିତି ମୁଭମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରିଥିଲା, ରୋବୋଟ ସେହି ଅନୁସାରେ କାମ କରିଥିଲା ।

ମାଙ୍କଡ଼ ଯେଉଁ କାର୍ଯ୍ୟ ବିଷୟରେ ଭାବିବ, ଏହି ଚିପ ବ୍ରେନର ଇଲେକ୍ଟ୍ରୋ ଏନସିଫେଲୋଗ୍ରାମ (ଇଇଜି) ସିଗନାଲକୁ ରିଡ କରି ରୋବୋଟ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ । ମାଙ୍କଡ଼ଟି ବ୍ରେନରେ ଯାହା ଭାବିବ ରୋବୋଟ ତାହା କରିବ । ଏହି ପୂରା ପ୍ରୟୋଗ ବ୍ରେନରୁ ମିଳୁଥିବା ସିଗନାଲ ଉପରେ ଆଧାରିତ ଅଟେ, ଯାହାକି ଚିପ ମାଧ୍ୟମରେ ରୋବୋଟ ପର୍ଯ୍ୟନ୍ତ ପହଞ୍ଚାଇ ଥାଏ । ପ୍ରଥମେ ମାଙ୍କଡ଼କୁ ଟେବୁଲ ଉପରେ ଶୁଆଇ ଦିଆଯାଇଥିଲା । ସର୍ଜରୀ ମାଧ୍ୟମରେ ତା’ର ବ୍ରେନରେ ଚିପକୁ ଯୋଡ଼ା ଯାଇଥିଲା । ସର୍ଜରୀ ପରେ ବନ୍ଦରର ଚିପରୁ ଇଇଜି ସିଗନାଲ ମିଳିବା ଆରମ୍ଭ ହୋଇଯାଇଥିଲା । ଏହି ଚିପ ପେପର କ୍ଲିପ ଆକାରର ଓ ଏହାକୁ ସହଜରେ ବ୍ରେନରେ କନେକ୍ଟ କରାଯାଇ ପାରିବ । ଏହା ସିଗନାଲକୁ ରିଡ କରିଥାଏ ଓ ଆଉଟପୁଟ ଆଧାରରେ ମଣିଷ ଯାହା ଚାହେଁ ତାହା ରୋବୋଟଙ୍କୁ ନିର୍ଦ୍ଦେଶ ମିଳିଥାଏ ।

Get real time updates directly on you device, subscribe now.