fbpx

ମୋଦୀଙ୍କ ନାଁରେ ଯୌନ ଅଭିଯୋଗ ! ୧୫ ବର୍ଷ ଧରି ସହିଛି… ‘ତାରକ ମେହେତା କା ଉଲଟା ଚଷମା’ ନିର୍ମାତାଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ୍ ଶୋ ‘ତାରକ ମେହେତା କା ଉଲଟା ଚଷମା’ କିଏ ବା ନ ଦେଖନ୍ତି । ଏହି ଟିଭି ଶୋ ବହୁ ବର୍ଷ ଧରି ଛାଲିଆସୁଛି । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଶୋ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ଚାଲିଛି । ଏହି ଶୋ ରେ ଥିବା ସମସ୍ତ କଳାକାର ମଧ୍ୟ ବଡ ହୋଇଗଲେଣି । ଦର୍ଶକ ମଧ୍ୟ ଏହି ଶୋ କୁ ଅନେକ ଭଲପାଇବା ଦେଇଛନ୍ତି । କିନ୍ତୁ ଅନେକ ସମୟରେ ଏହି ଶୋ ବିବାଦ ଘେରକୁ ଆସେ । କେତେବେଳେ କଳାକାରମାନେ ଏହି ଶୋ ଛାଡି ଦିଅନ୍ତି ତ ଅନ୍ୟ କେତେବେଳେ ଅନ୍ୟ କିଛି କାରଣକୁ ନେଇ ବିବାଦ ମୁଣ୍ଡ ଟେକେ । କିନ୍ତୁ ଏବେ ଏହି ଶୋ ର ନିର୍ମାତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି । ଏହି ଶୋରେ ଶ୍ରୀମତି ରୋଶନ କୌର ସୋଢୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଜେନିଫର ମିଷ୍ଟ୍ରି ବାନସିୱାଲ ଶୋ ର ନିର୍ମାତା ଅସିତ ମୋଦୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଜେନିଫର ମିଷ୍ଟ୍ରି ବାନସିୱାଲ ପ୍ରଡକ୍ସନର ମୁଖ୍ୟ ସୋହେଲ ରାମାନି ଏବଂ କାର୍ୟ୍ୟନିର୍ବାହୀ ନିର୍ମାତା ଜଟିନ୍ ବଜାଜଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏହା ସହିତ ନିର୍ମାତା ଅସିତ ମୋଦୀଙ୍କ ବିରୋଧରେ ଯୌନ ଶୋଷଣ ଭଳି ଗମ୍ଭୀର ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି। ୧୫ ବର୍ଷ ହେଲାଣି ତାଙ୍କୁ ଯୌନ ଶୋଷଣ କରାଯାଉଥିବା ଅଭିଯୋଗ କରିଛନ୍ତି । ଅନେକୂ ଥର ଶୋର ନିର୍ମାତା ସହ ଶରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଛନ୍ତି । ପ୍ରଥମେ ପ୍ରଥମେ କ୍ୟାରିୟର ବା କାମ ନ ମିଳିବା ଭୟରେ ସେ ଶୋଷଣର ଶିକାର ହୋଇ ଚୁପ୍ ରହିଥିଲେ । କିନ୍ତୁ ଏବେ ଆଉ ଚୁପ୍ ରହିବି ନାହିଁ ।

 

ନିକଟରେ ହୋଇଥିବା ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, ସୋହେଲ ରାମାନିଙ୍କ ମାଧ୍ୟମରେ ମୋତେ ଚାରିଥର ସେଟ୍ ଛାଡିବାକୁ କୁହାଯାଇଛି । ମୁଁ ସେଠାରୁ ଯିବା ସମୟରେ ଜଟିନ୍ ବଜାଜ ମୋତେ ଜୋରଜବରଦସ୍ତ ଅଟକାଇଥିଲେ । ମୋ କାର ପଛରେ ଠିଆ ଅଟକାଇବାକୁ ଚେଷ୍ଟା କରାଯାଇଥିଲା ଏବଂ ମୋତେ ସେଟ ଛାଡିବାକୁ ଦିଆଯାଇନଥିଲା । ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ଶୋ’ରେ ୧୫ ବର୍ଷ କାମ କରିଥିଲି, ଏବଂ ସେମାନେ ମୋତେ ବଳପୂର୍ବକ ଅଟକାଇ ପାରିବେ ନାହିଁ । ମୁଁ ଯିବାବେଳେ ସୋହେଲ ମୋତେ ଧମକ ଦେଇଥିଲେ । ମୁଁ ଅସିତ କୁମାର ମୋଦୀ, ସୋହେଲ ରାମାନି ଏବଂ ଜଟିନ୍ ବଜାଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ,  କିଛି ଦିନ ପୂର୍ବରୁ ଶୋକୁ ଛାଡିଛନ୍ତି । ଶୋ ଛାଡିବା ପରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

Get real time updates directly on you device, subscribe now.