fbpx

BJPର ପୂର୍ବତନ ବିଧାୟକ ରମେଶ ଶର୍ମାଙ୍କ ପରଲୋକ: ଶୋକ ପ୍ରକାଶ କଲେ ଶିବରାଜ

ନୂଆଦିଲ୍ଲୀ: ବିଜେପିର ଜଣେ ପୂର୍ବତନ ବିଧାୟକଙ୍କର ଆଜି ମୃତ୍ୟୁ ଘଟିଛି । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ରମେଶ ଶର୍ମା ଆଉ ନାହାନ୍ତି । ଗୁଟୁ ଭାଇ ନାମରେ ପରିଚିତ ଥିବା ରମେଶ ଆଜି ହାର୍ଟ ଆଟାକରେ ପରଲୋକ ଗମନ କରିଥିବା ତାଙ୍କର ପରିବାର ସୂତ୍ରରୁ ଜଣାପଡ଼ିଛି । ମୃତ୍ୟୁ ବେଳକୁ ରମେଶଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁପରେ ପରିବାରରେ ଏବେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ ରହିଛନ୍ତି ।

ରମେଶ ଗତ ୧୯୯୩ ମସିହାରେ ଗୁଜରାଟ ବିଧାନସଭା ନିର୍ବାଚନରେ ଭୋପାଳ ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରମେଶଙ୍କ ମୃତ୍ୟୁ ଖବର ପାଇବା ପରେ ଗଭୀର ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ରମେଶ ଜଣେ ସମାଜସେବୀ ଥିଲେ । ସେ ସର୍ବଦା ଲୋକଙ୍କର ସୁଖଦୁଃଖରେ ଛିଡ଼ା ହେଉଥିଲେ ବୋଲି ଶିବରାଜ କହିଛନ୍ତି ।

ସେହିପରି ରମେଶଙ୍କର ମୃତ୍ୟୁ ଖବର ପାଇବା ପରେ ମଧ୍ୟପ୍ରଦେଶ ରାଜ୍ୟ ବିଜେପି ସଭାପତି ବିଷ୍ଣୁ ଦତ୍ତ, ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏପରି ଜଣେ ରାଜନେତାଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି । ଏକ ବିବାହ କାର୍ଯ୍ୟକ୍ରମରେ ଘରକୁ ଫେରିବା ପରେ ବିଳମ୍ବିତ ରାତିରେ ସେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

Get real time updates directly on you device, subscribe now.