fbpx

ସାବଧାନ୍! ବାଇକ ଚଳାଇବା ବେଳେ ପିନ୍ଧିଛନ୍ତି କି ଟି-ସାର୍ଟ? ଟ୍ରାଫିକରେ ଲାଗିବ ମୋଟା ଫାଇନ୍

ନୂଆଦିଲ୍ଲୀ: ଦିନକୁ ଦିନ ଟ୍ରାଫିକ ନିୟମରେ ନୂଆ ନୂଆ ପରିବର୍ତ୍ତନ ଆଣୁଛନ୍ତି ସରକାର । ସାରା ଦେଶରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ନିୟମକୁ କଡାକଡି କରାଯାଉଛି । ବର୍ତ୍ତମାନ ଏହାକୁ ନେଇ ଆଉ ଏକ ନିୟମ ସାମନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବାଇକ ଚଳାଇବା ପରେ ଆପଣ କେଉଁ ପ୍ରକାର ଡ୍ରେସ ପିନ୍ଧିପାରିବେ, ସେ ନେଇ ମଧ୍ୟ ଟ୍ରାଫିକ ବହିରେ ରହିଛି ନିୟମ । ତେବେ ଯଦି ଆପଣ ଏହାକୁ ଜାଣି ନାହାନ୍ତି, ତେବେ ଧରାପଡିଲେ ମୋଟା ଅଙ୍କର ଫାଇନ ଦେବାକୁ ପଡିବ । ହାଫ୍ ଟି-ସାର୍ଟ ପିନ୍ଧି ବାଇକ ଚଳାଇଲେ ମୋଟା ଅଙ୍କର ଫାଇନ୍ ଦେବାକୁ ପଡିବ । ସୋସିଆଲ ମିଡିଆରେ ଏହି ନିୟମକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି ।

ହାଫ୍ ଟି-ସାର୍ଟ ପିନ୍ଧି ବାଇକ ଚଳାଇଲେ ମୋଟା ଅଙ୍କର ଫାଇନ୍ ଦେବାକୁ ପଡିପାରେ ବୋଲି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ବାଇକ ଚାଳକଙ୍କ ମନରେ ଏକ ଅଜଣା ଭୟ ଘାରିଛି । ତେବେ ସ୍ପଷ୍ଟ କହିବାକୁ ଗଲେ, ପରିବହନ ବିଭାଗ ପକ୍ଷରୁ ଏମିତି କୌଣସି ଟ୍ରାଫିକ ନିୟମ ପ୍ରଣୟନ କରାଯାଇନାହିଁ । ଜଣେ ଚାଳକ ତାଙ୍କ ଇଚ୍ଛାରେ ପୋଷାକ ପିନ୍ଧି ବାଇକ ଚଳାଇପାରିବେ । ଏହା ବିରୋଧରେ ଚାଲାଣ କାଟିବା ନେଇ କୌଣସି ନିୟମ ଏପର୍ଯ୍ୟନ୍ତ ଆସିନାହିଁ । ଏ ନେଇ ୨୦୧୯ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଅଫିସ ତରଫରୁ ସୂଚନା ଦିଆଯାଇଥିଲା । ଟ୍ୱିଟରେ ଲେଖାଯାଇଥିଲା ଯେ, ନୂଆ ମୋଟର ଯାନ ଆକ୍ଟ ୨୦୧୯ ରେ ହାଫ୍ ସ୍ଲିଭ ସାର୍ଟ କିମ୍ବା ଟି-ସାର୍ଟ ପିନ୍ଧି ବାଇକ ଚଳାଇଲେ କୌଣସି ଫାଇନ ଲାଗି ପାରିବ ନାହିଁ ।

ତେବେ ବର୍ତ୍ତମାନର ଗରମ ଏବଂ ତାତିରେହାଫ୍ ସାର୍ଟ କିମ୍ବା ଟି-ସାର୍ଟ ପିନ୍ଧି ଗାଡି ଚଳାଇବା ପ୍ରାୟତଃ ସମ୍ଭବ ନୁହେଁ । କାରଣ ଡ୍ରାଇଭିଙ୍ଗ ବେଳେ ଗରମ ସୂର୍ଯ୍ୟକିରଣ ଏବଂ ତାତି ପବନ ଦେହକୁ ଖୁବ କଷ୍ଟ ଲାଗେ । ତେବେ ନିଜ ଚର୍ମକୁ ଘୋଡାଇ ରଖି ବାଇକ ଚଳାଇଲେ, ତାତିରୁ ରକ୍ଷା ପାଇବା ସହ ସ୍କିନ ଖରାପ ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇଥାଏ । ଏହାଦ୍ୱାରା ସୂର୍ଯ୍ୟକିରଣ ସିଧା ଆପଣଙ୍କ ଚର୍ମକୁ ପ୍ରଭାବ ପକାଇପାରେ ନାହିଁ ।

Get real time updates directly on you device, subscribe now.