fbpx

ପ୍ରକୃତି ମା’କୁ ଜୀବିତ ପ୍ରାଣୀର ଆଖ୍ୟା ଦେଲେ ହାଇକୋର୍ଟ: ପ୍ରଦାନ କଲେ ସବୁ ଅଧିକାର ଏବଂ ଦାୟିତ୍ୱ

Advertisement

ମାଡ୍ରାସ ହାଇକୋର୍ଟ ବୃକ୍ଷ ଲତା ସହ ପ୍ରାକୃତିକ ସମ୍ବଳକର ମହତ୍ତ୍ୱକୁ ବର୍ଣ୍ଣନା କରିବା ସହ ପ୍ରକୃତିକୁ ‘ଜୀବିତ ବ୍ୟକ୍ତି’ର ଆଖ୍ୟା ଦେଇଛନ୍ତି । ଏଥିପାଇଁ କୋର୍ଟ ‘ପ୍ୟାରେଣ୍ଟସ ଅଫ୍ ଦି ନେସନ’ ଅଧିକାରର ବ୍ୟାଖ୍ୟା କରିଛନ୍ତି, ଯେଉଁଥିରେ ଜଣେ ଜୀବିତ ବ୍ୟକ୍ତି ଭଳି ପ୍ରକୃତିକୁ ସବୁ ଅଧିକାର, କର୍ତ୍ତବ୍ୟ, ଦାୟିତ୍ୱର ସଂରକ୍ଷଣ କରାଯାଇପାରିବ ।

ହାଇକୋର୍ଟଙ୍କ ମଦୁରାଇ ପୀଠ ତହସିଲଦାର ସ୍ତରର ଜଣେ ପୂର୍ବ ଅଧିକାରୀଙ୍କ ଯାଚିକା ଉପରେ ଶୁଣାଣି କରି ପ୍ରକୃତିର ସଂରକ୍ଷଣର ବିଶେଷ ମହତ୍ତ୍ୱ ଦେବା ନେଇ ଏହି ଟିପ୍ପଣୀ କରିଛନ୍ତି । ଯାଚିକା ଅନୁଯାୟୀ ଅଧିକାରୀ ଜଣକ କିଛି ଲୋକଙ୍କୁ ସରକାରୀ ଜଙ୍ଗଲ ଜମିରର ପଟ୍ଟା ମଞ୍ଜୁର କରିଥିଲେ । ଯେଉଁଥିପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ଏବଂ ତାଙ୍କୁ ସେବା ନିବୃତ କରାଯାଇଥିଲା । ଯାଚିକାରେ ଏହାକୁ ହଟାଇବାକୁ ଆବେଦନ ହୋଇଥିଲା ।

ଥେନୀର ଏ ପେରିୟାକାରୂପନଙ୍କ ଯାଚିକାର ଶୁଣାଣି କରି ଅଦାଲତ କହିଥିଲେ ଯେ ପ୍ରକୃତିର ନିରନ୍ତର ବିନାଶ ପରିବେଶ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିବ ଏବଂ ବନସ୍ପତି ଏବଂ ଜୀବଜନ୍ତୁଙ୍କ ଅସ୍ତିତ୍ୱ ଉପରେ ବିପଦ ସୃଷ୍ଟି କରିବ । ପେରିୟାକାରୂପନଙ୍କୁ ବାଧ୍ୟତାମୂଳକ ଭାବରେ ସେବାନିବୃତ କରାଯାଇଥିଲା ।

ଶୁଣାଣି କରୁଥିବା ଜଷ୍ଟିସ ଏସ ଶ୍ରୀମତି ନୈନିତାଲର ହାଇକୋର୍ଟଙ୍କ ଏକ ପୂର୍ବ ରାୟର ମଧ୍ୟ ଉଦାହରଣ ଦେଇଥିଲେ ଯେଉଁଥିରେ ଅଦାଲତ ‘ପ୍ୟାରେଣ୍ଟସ ଅଫ୍ ଦି ନେସନ’ ର ପ୍ରୟୋଗ କରିବା ସହ ଯମୁନେତ୍ରୀ ଏବଂ ଗଙ୍ଗୋତ୍ରୀ ସହ ଗ୍ଲେସିଅରକୁ ସଂରକ୍ଷିତ କରିବା ପାଇଁ ଏଠାରେ କାନୁନ ବ୍ୟବସ୍ଥା ଅଧୀନ କରାଯାଇଥିଲା ।

ବିଚାରପତି କହିଥିଲେ ଯେ ପୂର୍ବ ପିଢ଼ୀ ଆମକୁ ମାଟି ମା’ ପବିତ୍ର ଭାବରେ ପ୍ରଦାନ କରିଥିଲା ଆମେ ଏହାକୁ ଆଗାମୀ ପିଢ଼ୀକୁ ସେହିଭଳି ପ୍ରଦାନ କରିବାକୁ ପ୍ରତିବଦ୍ଧ । ଅଦାଲତ କହିଥିଲେ ଯେ ଏହା ପ୍ରକୃତି ମା’କୁ ନ୍ୟାୟିକ ମାନ୍ୟତା ଦେବାର ପ୍ରକୃଷ୍ଟ ସମୟ ଏଥିପାଇଁ ଅଦାଲତ ‘ମାତା ପିତା ଅଧିକାର କ୍ଷେତ୍ର’ ଲାଗୁ କରି ପ୍ରକୃତିକୁ ‘ଜୀବିତ ପ୍ରାଣୀ’ ଘୋଷଣା କରୁଛି ।

ଏହା ସହ କୋର୍ଟ କହିଥିଲେ ଯେ ଯେଉଁ ବିବାଦୀୟ ଜମିର ପଟ୍ଟା ପ୍ରଦାନ କରାଯାଇଥିଲା ତାହା ରଦ୍ଦ କରାଦିଆଯାଇଥିଲା ଫଳରେ ପେରିୟାକାରୂପନଙ୍କ ଦଣ୍ଡରେ ସଂଶୋଧନ କରାଯାଇପାରିବ ବୋଲି ମଧ୍ୟ କହିଛନ୍ତି କୋର୍ଟ ।

Get real time updates directly on you device, subscribe now.