fbpx

ନବରାତ୍ରିରେ ଘରେ ସୁଖ-ସମୃଦ୍ଧି ପାଇଁ ଆଣନ୍ତୁ ଏହି ୬ଟି ଗଛ, ଜାଣନ୍ତୁ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଯାଇଚି ନବରାତ୍ର । ଏହି ୯ ଦିନ ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା ଖୁବ୍ ଧୁମଧାମ୍ ରେ କରାଯିବ । ସବୁ ପ୍ରକାର ବିଧି ବିଧାନ ଅନୁସାରେ ମା’ ଙ୍କ ଆରାଧନା କରାଯିବ । ହେଲେ କରୋନା ମହାମାରୀ ପାଇଁ ଚଳିତ ବର୍ଷ ମଧ୍ୟ ପୂଜା ଫିକା ପଡ଼ିବ । ଏହି ୯ଦନି ମା’ ଦୁର୍ଗାଙ୍କୁ ସମର୍ପିିତ କରାଯାଇଥାଏ । ଏହିସବୁ ଶୁଭ ଦିନକୁ ସମର୍ପଣ ଓ ଉତ୍ସାହର ସହିତ ପାଳନ କରାଯାଏ । ତେବେ ଚଳିତ ବର୍ଷ ଅକ୍ଟୋବର ୭ ତାରିଖ ସୋମବାର ଠାରୁ ନବରାତ୍ର ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ତେବେ ଏହି ନବରାତ୍ରରେ ଲୋକମାନେ ଘରକୁ ନୂଆ ନୁଆ ଜିନିଷ ଆଣିଥାନ୍ତି । ମାନ୍ୟତା ରହିଛି ଯେ, ଏହି ୯ଦିନ ମଧ୍ୟରେ ଘରକୁ କିଛି ଶୁଭ ଜିନିଷ ଆଣିବା ଦ୍ୱାରା ଘରକୁ ସୁଖ ଓ ସମୃଦ୍ଧିର ଆଗମନ ହୋଇଥାଏ । କାରଣ ଏହି ୯ଦିନକୁ ଖୁବ୍ ପବିତ୍ର ବୋଲି ମନାଯାଇଥାଏ । ଏପରି କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ପଡ଼ିଥାଏ । ଏଥିସହିତ ଆଖପାଖରେ ସକାରାତ୍ମକ ପ୍ରଭାବ ପଡ଼େ ।

ତେବେ ଏହି ଦିନ ମାନଙ୍କରେ ଘରକୁ କିଛି ବିଶେଷ ଗଛ ଆଣି ଲଗାନ୍ତୁ । ଏହା ଆପଣଙ୍କ ଘରର ପରିବେଶ ଉପରେ ଖୁବ୍ ଭଲ ପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ସବୁ ଗଛ । ଏହି କ୍ରମରେ ରହିଛି ତୁଳସୀ, କଦଳୀ ଗଛ, ବରଗଛ ପତ୍ର, ଗଙ୍ଗଶିଉଳୀ ଗଛ, ଅପରାଜିତା ଫୁଲ ଗଛ ଓ ଦୁଦୁରା ଫୁଲ ଗଛ ।

Get real time updates directly on you device, subscribe now.