fbpx
BJD SKY
BJD SKY

ସୁନାଝିଅ ସିନ୍ଧୁଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ; ଟ୍ୱିଟ୍ କରି ଏମିତି କହିଲେ ମୋଦୀ ଓ ନବୀନ

BJD

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁଙ୍କ ବ୍ରୋଞ୍ଜ ବିଜୟ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଥମ ଭାରତୀୟ ସଟଲର ଭାବରେ ଦୁଇ ଦୁଇ ଥର ଅଲିମ୍ପିକ୍ ପଦକ ହାସଲ କରିଥିବା ସିନ୍ଧୁଙ୍କୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରମୁଖ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ‘ସିନ୍ଧୁଙ୍କ ପ୍ରଦର୍ଶନରେ ସମଗ୍ର ଦେଶ ଗର୍ବିତ । ବ୍ରୋଞ୍ଜ ପଦକ ବିଜୟ ପାଇଁ ତୁମକୁ ଅଭିନନ୍ଦନ । ତୁମେ ଭାରତର ଗର୍ବ ଓ ଟୋକିଓରେ ଅନ୍ୟତମ ଶ୍ରେଷ୍ଠ ଭାରତୀୟ ଆଥଲେଟ ବୋଲି ମୋଦୀ ଟ୍ୱିଟ କରିଛନ୍ତି । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ମହିଳା ଭାବରେ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବାରୁ ସିନ୍ଧୁଙ୍କୁ ସମଗ୍ର ଦେଶ ପକ୍ଷରୁ ଅଭିନନ୍ଦନ । ଏକାଗ୍ରତା ଓ ନିରନ୍ତର ପ୍ରଦର୍ଶନରେ ସିନ୍ଧୁ ଏକ ନୂତନ ରେକର୍ଡ କରିଛନ୍ତି । ଭାରତକୁ ଗର୍ବିତ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

ଅନ୍ୟପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବ୍ରୋଞ୍ଜ ପଦକ ବିଜୟର ଐତିହାସିକ ମୂହୂର୍ତ୍ତରେ ସିନ୍ଧୁଙ୍କୁ ଅଭିନନ୍ଦନ । ତାଙ୍କର କ୍ରମାଗତ ଅଲିମ୍ପିକ୍ସ ବିଜୟ ଏବଂ ପଦକ ହାସଲର କ୍ଷୁଧା ସର୍ବଦା ଅନୁପ୍ରାଣିତ କରିଥାଏ । ଏହି ସ୍ମରଣୀୟ ମୂହୂର୍ତ୍ତରେ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।

Get real time updates directly on you device, subscribe now.