ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବ ଅଧିବେଶନ ଭଳି କରୋନା ନିୟମାବଳୀକୁ ଅନୁସରଣ କରି ଏହି ଅଧିବେଶନ ଜାରି ରହିବ । ସଂସଦର ଶୀତ ଅଧିବେଶନ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଗଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଏଥିପାଇଁ ସୁପାରିଶ କରିଛନ୍ତି । ଏହି ଅବଧି ମଧ୍ୟରେ ପ୍ରାୟ ୨୦ ଦିନ ପାଇଁ କାର୍ଯ୍ୟ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାର ସୂଚନା ଦେଇଛନ୍ତି । ଅଧିବେଶନରେ ଯୋଗ ଦେବାକୁ ଥିବା ସଦସ୍ୟମାନେ ମାନ୍ଧି ପିନ୍ଧିବେ । ଏହାସହ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦମାନଙ୍କର କରୋନା ପରୀକ୍ଷା କରାଯିବାର ସମ୍ଭାବନା ରହିଥିବା ଜଣାପଡ଼ିଛି ।