ଏହି ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଛନ୍ତି ନବୀନ, ମୁମ୍ବାଇର ଦାମୀ ଡାକ୍ତରଖାନାରେ ହେବେ ଟ୍ରିଟମେଣ୍ଟ
ବାର୍ଦ୍ଧକ୍ୟଜନିତ ରୋଗରେ ନବୀନ । ଓଡ଼ିଶାବାସୀଙ୍କ କାମନା ଆଶା କଲେ ବିରୋଧୀ ଦଳ ମୁଖ୍ୟ ।
ଭୁବନେଶ୍ୱର: ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ନିଜେ ଏକ୍ସରେ ପୋଷ୍ଟ ଶେୟାର କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଖବର ମୁତାବକ ନବୀନ ସରଭାଇକାଲ ଆନ୍ଥ୍ରାଇଟିସ୍ ରୋଗରେ ପିଡ଼ୀତ । ଏହା ଏକ ବାର୍ଦ୍ଧକ୍ୟ ଜନିତ ରୋଗ ବୋଲି ଆମେ କହିପାରିବା । ଯେଉଁଥିରେ ଗଳା ହାଡ଼ର ଜଏଣ୍ଟ ଏବଂ ଡିସ ଗୁଡ଼ିକ ଦୁର୍ବଳ ହୋଇ ନଇଁଯାଏ ।
ବୟସ ବଢ଼ିଲେ ଏହି ସମସ୍ୟା ଦେଖାଯିବା ସହ ଗଳାରେ ଜୋର ଆଘାତ ଲାଗିବା ଦ୍ୱାରା ଏହି ସମସ୍ୟା ଭୋଗିବାକୁ ପଡ଼ିଥାଏ ।
ଲକ୍ଷଣ:
-ବେକରେ ଯନ୍ତ୍ରଣା, ଅଚଳ ହୋଇଯିବା
-ମୁଣ୍ଡ ବିନ୍ଧା
-କାନ୍ଧ ଓ ବାହୁରେ ଅସହ୍ୟ ପୀଡ଼ା ଅନୁଭବ ହେବା
-ହାତ ଓ ବାହୁ ଦୁର୍ବଳ ଅନୁଭବ ହେବା
କାରଣ:
-ବୟସ ବଢ଼ି ବଢ଼ି ଗଲେ ଏହି ସମସ୍ୟା ଦେଖିବାକୁ ମିଳେ ।
-ବେକରେ ଜୋରରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ସରଭାଇକାଲ୍ ସ୍ପଣ୍ଡିଲୋସିସ୍ ହେବାର ଅଧିକ ଆଶଙ୍କା ରହିଛି ।
– ବାରମ୍ବାର ବେକରେ ଅକା ପଶିବା ଦ୍ୱାରା ମଧ୍ୟ ଏହି ରୋଗ ହେବାର ଅଶଙ୍କା ବଢ଼େ ।
– ଏହି ରୋଗ ବଂଶାନୁଗତିକ ହୋଇଥାଏ, ଯଦି ଘରେ କୌଣସି ବ୍ୟକ୍ତି ଏ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତେବେ ସେମାନଙ୍କ ପିଲାଙ୍କୁ ସରଭାଇକାଲ ହେବାର ଆଶଙ୍କା ବଢ଼ିଯାଏ ।
ଚିକିତ୍ସା:
-ଫିଜିଓଥେରାପିଷ୍ଟଙ୍କ ସହ ଯୋଗାଯୋଗ କରି ଚିକିତ୍ସା ଯଥା ଶୀଘ୍ର ଆରମ୍ଭ କରିବା ଜରୁରୀ ।
-ଚିକିତ୍ସାରେ ଇଞ୍ଜେକ୍ସନର ବ୍ୟବହାର ମଧ୍ୟ କିଛି କ୍ଷେତ୍ରରେ କରାଯାଉଛି ।
-ବେଶୀ ଜଟିଳ ସ୍ଥିତିରେ ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ସର୍ଜରୀ କରିବାକୁ ପଡ଼ିଥାଏ ।
– ଏ ରୋଗକୁ ଦୂର କରିବା ପାଇଁ ଲାଇଫ୍ ଷ୍ଟାଇଲ ବଦଳାଇବା ନିହାତି ଆବଶ୍ୟକ । ଯେଉଁ କାମ ଦ୍ୱାରା ବେକରେ ବେଶୀ ଚାପ ପଡ଼ିଥାଏ ସେଗୁଡ଼ିକ ନ କରିବା ଭଲ ।