fbpx

୪ ନେତାଙ୍କୁ ପିପିଲି ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ

ପିପିଲି,୩୧ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ଉପନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ୪ ବରିଷ୍ଠ ନେତା ଯଥା- ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ପିପିଲିରେ ରହି ନିର୍ବାଚନ ପରିଚାଳନା କରିବାକୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ପିପିଲି ଉପ ନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ମୋଟ ୨୯ସେଟ ନାମାଙ୍କନପତ୍ର ଦାଖଲ ହୋଇଛି । ଆଜି ଏହା ଯାଞ୍ଚ ହେବ। ଆସନ୍ତା ୩ ଓ ୪ ତାରିଖ ଦୁଇ ଦିନ ନାମାଙ୍କନପତ୍ର ପ୍ରତ୍ୟାହାର ଦିବସ ରହିଛି । ଆସନ୍ତା ୧୭ରେ ପିପିଲି ଉପ ନିର୍ବାଚନ ହେବ।

Get real time updates directly on you device, subscribe now.