(Video) ହସ୍ପିଟାଲ ବେଡରୁ ଆସିଲା ନବୀନଙ୍କ ପ୍ରଥମ ଭିଡ଼ିଓ, କହିଲେ I am fine!
ହସ୍ପିଟାଲ ବେଡ଼ରୁ ଆସିଲା ନବୀନଙ୍କ ଭିଡ଼ିଓ ବାର୍ତ୍ତା ।
ଭୁବନେଶ୍ବର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡିହ୍ରାଇଡ୍ରେସନ ଯୋଗୁଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ହସ୍ପିଟାଲ ବେଡରୁ ତାଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଥିବା ନେଇ ଭିଡିଓରେ କହିଛନ୍ତି ।
ରବିବାର ଅପରାହ୍ନ 5ଟା 15 ମିନିଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଆଇନମନ୍ତ୍ରୀ ହସ୍ପିଟାଲ ଯାଇ ନବୀନଙ୍କୁ ଭେଟିବା ସହିତ ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି, ଆବଶ୍ୟକ ପଡିଲେ ସରକାର ଉନ୍ନତମାନର ଚିକିତ୍ସା ଯୋଗାଇବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ନେଇ ମୁଁ ଜାଣିବାକୁ ପାଇଲି । ମହାପ୍ରଭୁ ଜଗନ୍ନାଥଙ୍କନିକଟରେ ଦ୍ରୁତ ଆରୋଗ୍ୟ ଏବଂ ଉତ୍ତମ ସ୍ବାସ୍ଥ୍ୟ ପ୍ରାର୍ଥନା କରୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରିଛନ୍ତି ।