ଭୁବନେଶ୍ୱର: ଲୋକପ୍ରିୟ, କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସନ୍ଧ୍ୟାରେ ନବୀନ ଆସି ଉତ୍ତମଙ୍କ ବାସଭବନରେ ପହଁଞ୍ଚିଥିଲେ। ସେଠାରେ ବାବୁଶାନ ତାଙ୍କୁ ପାଛୋଟି ନେଇଥିଲେ।
ଏହାପରେ ନବୀନ ସିଧାସଳଖ ଯାଇ ଉତ୍ତମଙ୍କ ଫଟୋରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଏକ ସୋଫାରେ ବସି ନବୀନ ବହୁଶାନଙ୍କ ସହିତ କିଛି କଥା ହୋଇଥିଲେ। ବାବୁଶାନ ଏଠାରେ ନବୀନଙ୍କୁ ଉତ୍ତମଙ୍କ ସ୍ମୃତିରେ ପ୍ରସ୍ତୁତ କରାଯାଇଥିବା ‘ଉତ୍ତମ ସର୍ବୋତ୍ତମ’ ପୁସ୍ତକ ଉପହାର ଦେଇଥିଲେ।
ସୂଚନାଯୋଗ୍ୟ, ଉତ୍ତମ ମହାନ୍ତି ଏକଦା ବିଜେଡିର ଜଣେ ସକ୍ରିୟ ସଦସ୍ୟ ଥିଲେ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।
ତେବେ ଫେବୃଆରୀ ୨୭ ତାରିଖରେ ଲିଭର ସିରୋସିସ ରୋଗରେ ପିଡ଼ିତ ହୋଇ ନୂଆଦିଲ୍ଲୀଠାରେ ଚିକିତ୍ସିତ ଥିବା ସମୟରେ ଉତ୍ତମଙ୍କର ପରଲୋକ ଘଟିଥିଲା।
ଲୋକପ୍ରିୟ, କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ସାମିଲ ହେଲି। ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ସହ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇଲି। pic.twitter.com/QMkPnC20U2
— Naveen Patnaik (@Naveen_Odisha) March 9, 2025