fbpx

ପଦ୍ମପୁର ଉପନିର୍ବାଚନ: ଭୋଟ ଦିନ ପାଖେଇ ଆସୁଛି, ପ୍ରଚାର ମଇଦାନକୁ ଓହ୍ଲାଇବେ ସୁପ୍ରିମୋ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ନିଜ ନିଜର ପ୍ରଚାର ଅଭିଯାନ ଚଳାଇଛନ୍ତି । ବିଜେଡିରୁ ବର୍ଷା ବରିହା, ବିଜେପିରୁ ପ୍ରଦୀପ ପୁରୋହିତ, କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି ।

ତେବେ ଗତକାଲି ପଦ୍ମପୁରରେ ଆଇଟି-ଜିଏସଟି ରେଡ୍ ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ । ଏହା ମଧ୍ୟରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦୀପଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରଚାର କରିଥିଲେ ।

ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁର ପ୍ରଚାର ମଇଦାନକୁ ଓହ୍ଲାଇବେ । ଆସନ୍ତା ମାସ ଦୁଇ ତାରିଖରେ ସେ ପଦ୍ମପୁର ଅଭିମୁଖେ ଯାତ୍ରା କରିବେ । ଗୋଟିଏ ପଟେ ବିଜେଡିର ହେଭିୱେଟମାନେ ପ୍ରଚାର ଅଭିଯାନ ଜାରି ରଖିଥିବା ବେଳେ ବିଜେଡି ଏହା ମଧ୍ୟରେ ତା’ର ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ଏକପ୍ରକାର ବାଧ୍ୟ ହୋଇଛି ।

ନିକଟରେ ସମାପ୍ତ ହୋଇଥିବା ଧାମନଗର ଉପନିର୍ବାଚନରେ ବିଜେଡିକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଫଳରେ ବିଜେପି ଆତ୍ମବିଶ୍ୱାସର ସହ ପଦ୍ମପୁର ଦଖଲ ପାଇଁ ଲାଗିପଡ଼ିଛି । ତେଣୁ ଅତୀତର ତ୍ରୁଟିକୁ ସୁଧାରି ବିଜେଡି ପୁଣି ଥରେ ନିଜର ହୃତ ଗୌରବ ଫେରି ପାଇବା ପାଇଁ ଆଗଭର ହୋଇଛି । ତେବେ ଏହି ଗସ୍ତ ସମୟରେ ନବୀନ ପଦ୍ମପୁର, ଝାରବନ୍ଧ ଓ ପାଇକମାଳରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.