fbpx
BSKY
BJD YOUTH SKY
BJD MS SKY

ହରିୟାଣାରେ ଭାଜପାକୁ ଝଟକା: ସ୍ୱାଧୀନ ୩୫୦, BJP ୨୨, AAP ୧୫ଟି ସିଟରେ ବିଜୟୀ

ନୂଆଦିଲ୍ଲୀ: ହରିୟାଣା ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ଶାସକ ବିଜେପି ଲାଗିଛି ଜୋରଦାର ଝଟକା । ମୋଟ ୪୧୧ଟି ସିଟରୁ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩୫୦ଟି, ବିଜେପିକୁ ୨୨ଟି, ଆମ ଆଦମୀ ପାର୍ଟି (ଆପ)କୁ ୧୫ଟି ସିଟ ମିଳିଛି । ତେବେ ଜିଲ୍ଲା ପରିଷଦ ନିର୍ବାଚନରେ ମତଦାତାମାନେ ବଡ଼ ବଡ଼ ପାର୍ଟିକୁ କାହିଁକି ସମର୍ଥନ କଲେ ନାହିିଁ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ରାଜ୍ୟର ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅମ୍ବାଲା, ଯମୁନାନଗର ଓ କୁରୁକ୍ଷେତ୍ର ସହିତ ୭ଟି ଜିଲ୍ଲାରେ ଦଳ ଖରାପ ପ୍ରଦର୍ଶନ କରିଛି । ତେବେ ଖରାପ ପ୍ରାର୍ଥୀ ଚୟନ, ଖରାପ ନିର୍ବାଚନୀ ପ୍ରଚାର, କୃଷକଙ୍କ ସମସ୍ୟା ସାଙ୍ଗକୁ ତ୍ରିକୋଣୀୟ ମୁକାବିଲା ଏଥିପାଇଁ ଦାୟୀ ବୋଲି କୁହାଯାଉଛି । ଏବେ ସବୁ ବଡ଼ ଦଳମାନେ ନିଜ ନିଜ ପରାଜୟର ସ୍ଥିତି ସମୀକ୍ଷାରେ ଲାଗିପଡ଼ିଛନ୍ତି ।

ତେବେ ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବା ପରେ ଏବେ ୨୦୨୪ ସାଧାରଣ ଓ ବିଧାନସଭା ନିର୍ବାଚନକୁ ନେଇ ସତର୍କ ଘଣ୍ଟି ବାଜିଛି । ଏହି ରେଜଲ୍ଟ ପଛର ଖରାପ ସନ୍ଦେଶକୁ ଏବେ ବିଜେପି ନେତାମାନେ ଭଲ ଭାବେ ବୁଝି ପାରୁଛନ୍ତି । ଏନେଇ ବିଜେପି ପକ୍ଷରୁ ରୋହତକଠାରେ ଏକ ବୈଠକ କରାଯାଇ ମାନସ ମନ୍ଥନ କରାଯାଉଛି । ଅନ୍ୟପକ୍ଷରେ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଥିବା ଆପ ନିଜର ପ୍ରଦର୍ଶନକୁ ନେଇ ସନ୍ତୋଷ ପ୍ରକଟ କରିଛି । ଆପ ପକ୍ଷରୁ ସିଧାସଳଖ ବିଜେପିକୁ ଟାର୍ଗେଟ କରାଯାଇଛି । ଜନତା ଆପର ନୀତିକୁ ପସନ୍ଦ କରୁଥିବା କୁହାଯାଇଛି ।

Get real time updates directly on you device, subscribe now.