fbpx

ହରଦୀପଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଦାବି କରିଛନ୍ତି ନବୀନ । ଏପରି କରିବା ଦ୍ୱାରା ପର୍ଯ୍ୟଟନ, ଦକ୍ଷତା ବିକାଶ ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ । ଆମେରିକା, ଇଉରୋପ ଓ ମଧ୍ୟ ପ୍ରାଚ୍ୟରେ ବହୁ ଓଡିଆ ରହୁଥିବା ବେଳେ ସେମାନେ ଏହାର ଲାଭ ଉଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ବର୍ତ୍ତମାନ ସମୟରେ କେବଳ ଗୋଟିଏ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି ।

ପୂର୍ବରୁ ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.