fbpx

ଭଗୱନ୍ତଙ୍କୁ ଶୁଭେଚ୍ଛା ଦେଲେ ନବୀନ: ଟ୍ୱିଟ କରି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଅଭିନନ୍ଦନ

ଅମୃତସର: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନବ ନିର୍ବାଚିତ ନେତା ଶ୍ରୀ ଭଗୱନ୍ତ ସିଂହ ମାନ୍ । ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ଦ୍ୱାରା ଶପଥ ପାଠ କରିଛନ୍ତି ଭଗୱନ୍ତ । ତେବେ ରାଜ୍ୟ ୧୭ତମ ମୁଖ୍ୟମନ୍ତ୍ରୀ ହେବା ପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଟ୍ୱିଟ କରି ଭଗୱନ୍ତ ସିଂହ ମାନଙ୍କୁ ନୂଆ ଦାୟିତ୍ୱର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି କେବଳ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିନ୍ତୁ ଅନ୍ୟ ନେତା ମନ୍ତ୍ରୀମାନେ ପରେ ପଦ ଗ୍ରହଣ କରିବେ ବୋଲି ଜଣାଯାଇଛି । ହୋଶିଆରପୁରର ସହିଦ-ଏ-ଆଜମ ଭଗୱନ୍ତ ସିଂହଙ୍କର ଗାଁ ଖଟକରାଲାନରୋରେ ଅନୁଷ୍ଠିତ ହୋଇଛି ଏହି ଶପଥ ଗ୍ରହଣ ଉତ୍ସବ । ଏହି ଉତ୍ସବରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରକି ଜନସମାବେଶକୁ ବାରଣ କରାଯାଇଥିଲା । ଦିଲ୍ଲୀର ମାନବ୍ୟର ମୁଖ୍ୟମନ୍ତ୍ରୀ ଏହି ସଭାରେ ଅନୁଷ୍ଠିତ ହୋଇଛି ।

Get real time updates directly on you device, subscribe now.