fbpx

ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ

ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ଖୋର୍ଦ୍ଧା । ଶ୍ରମିକଙ୍କ ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି । ପ୍ୟାକେଜ ଦ୍ୱାରା କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସାଙ୍ଗକୁ ତ୍ୱରିତ ମଜୁରୀ ପ୍ରଦାନ ବ୍ୟବସ୍ଥା କରାଯାଇଛି । ଶିକ୍ଷା ଓ ଉନ୍ନତ ଜୀବନଶୈଳୀ ଅବଲମ୍ବନରେ ସହାୟକ ହେବ । ଦାଦନ ରୋକିବାକୁ ୪ଜିଲ୍ଲାକୁ ଫୋକସ କରିବାକୁ କୁହାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି । ୪ଜିଲ୍ଲାରେ ୧୦୦ ବଦଳରେ ଶ୍ରମିକଙ୍କୁ ୨୦୦ଦିନର କାମ ମିଳିବ । ୪ଜିଲ୍ଲାର ୨୦ଟି ବ୍ଲକର ଶ୍ରମିକ ଉପକୃତ ହେବେ । ମନରେଗାରେ ଦୈନିକ ୨୮୬.୩୦ ଟଙ୍କାରେ ଶ୍ରମିକ କାମ କରିବେ । ୨୦ଟି ବ୍ଲକର ଯୋଗ୍ୟ ବିବେଚିତ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବ । ସବୁ ପଞ୍ଚାୟତର ପ୍ରତି ପରିବାରକୁ ଏସଏଚଜିର ସାମିଲ କରାଯିବ ।

Get real time updates directly on you device, subscribe now.