fbpx

(Video) ପାଖରେ ବସାଇ ଟ୍ୟୁସନ କଲେ ନବୀନ; ଜଣ ଜଣଙ୍କୁ ଛିଡ଼ା କରି ପଚାରିଲେ ହାରିବାର କାରଣ…

ଭୁବନେଶ୍ବର: ୨୪ ବର୍ଷର ସରକାର ଭିତରେ ପ୍ରତିଟି ଲୋକଙ୍କ ମନରେ ଘର କରିଥିଲେ ନବୀନ । ଆଉ ଏମିତିରେ ସରକାର ଭାଙ୍ଗିଯିବ କିଏବା ସହିବ । ଖୋଦ ନବୀନ ପଟ୍ଟନାୟକ ବି ସହିପାରି ନାହାଁନ୍ତି । ଯାହାକୁ ନେଇଛି ସାଂଘାତିକ ଟ୍ୟୁସନ ହୋଇଛନ୍ତି ବଡ଼ ବଡ଼ ନେତା ନେତ୍ରୀ ମାନେ । ପାଖକୁ ଡାକି ସାଂଘାତିକ ଟ୍ୟୁସନ ସମସ୍ତଙ୍କୁ କରହିଛନ୍ତିି ନବୀନ । ଟ୍ୟୁସନରେ ହାତକୁ ଯୋଡ଼ୀ କ୍ଷମା ପ୍ରାର୍ଥନା କରିଛନ୍ତି ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ମାନେ । କହିଛନ୍ତି ସାର ଆମର ଭୁଲ ହୋଇଗଲା । ସବୁ ପ୍ରକାରର ଚେଷ୍ଟା କରିବି ହାରିଯାଇଛୁ । ପରାଜୟ ପରେନବୀନ ନୀବାସ ଏବେ ଦୋହଲି ଯାଇଛି ।

ନବୀନ ନିବାସକୁ ଛୁଟୁଛି ପରାଜିିତ ପ୍ରାର୍ଥୀ ମାନଙ୍କର ସୁଅ । ବର୍ଷାଙ୍କ ଠାରୁ ଦୀପାଳି । ଅଶୋକ ପଣ୍ଡାଙ୍କ ଠାରୁ ପ୍ରଣବ ପ୍ରକାଶ ଦାସ । ସମସ୍ତଙ୍କୁ ଟ୍ୟୁସନ କରିଛନ୍ତି ନବୀନ ପଟ୍ଟନାୟକ । ପାଖରେ ବସାଇ ହାରିବାର କାରଣ ଜଣ ଜଣଙ୍କ ଠାରୁ ପଚାରି ବୁଝିଛନ୍ତି । କଣ ପାଇଁ ହାରିଲ କୁହ ବୋଲି କହିଛନ୍ତି । ଟିକେ ଏହି ସବୁ ଫଟୋକୁ ଦେଖନ୍ତୁ । ନବୀନ ନିବାସରେ ସମସ୍ତେ ବସିଛନ୍ତି । ଆଗରେ ନବୀନ ବସି କେମିତି ପ୍ରଶ୍ନ କରୁଛନ୍ତି ଦେଖନ୍ତୁ । ଆଉ ପରାଜୀତ ପ୍ରାର୍ଥୀ ମାନେ ହାତ ଯୋଡ଼ି ଭୁଲ ମାଗୁଛନ୍ତି । ଏଭଳି ଦୃଶ୍ୟ ଆଗରୁ କେବେ ଦେଖିବାକୁ ମଳି ନଥିଲା । ୨୪ ବର୍ଷର ସରକାର ଭାଙ୍ଗିଲା ପରେ ପରାଜୟର ପୋଷ୍ଟ ମର୍ଟମ କରିଛନ୍ତି ନିଜେ ନବୀନ ପଟ୍ଟନାୟକ ।

ଆଉ ଏବେ ପରାଜୟ ପରେ କଣ ରଣନୀତି କରାଯିବ ସେନେଇ ଆରମ୍ଭ କରିଛନ୍ତି ପ୍ରୟାସ । ଶୁଣନ୍ତୁ କଣ କହୁଛନ୍ତି ପରାଜିତ ପ୍ରାର୍ଥୀ ମାନେ । ଯଦି ଦେଖିବା ନବୀନ ପଟ୍ଟନାୟକ ଦଳର ନେତା ଥିଲେ ଆଉ ଏବେ ବି ସେ ନେତା ରହିବେ ବୋଲି ବୈଠକ ପରେ କହିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଛନ୍ତି ଦଳ ସଭାପତିଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢୁଥିଲା । ତେଣୁ କୌଣସି ବ୍ୟକ୍ତିବିଶେଷଙ୍କୁ ଦାୟୀ କରାଯାଇପାରିବ ନାହିଁ । ପରାଜୟରେ ହତୋତ୍ସାହିତ ନ ହୋଇ ପୂର୍ବଭଳି ଦଳୀୟ ସଙ୍ଗଠନକୁ ଆଗକୁ ବଢାଇବାକୁ ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସହ କିଭଳି ଅଧିକରୁ ଅଧିକ ଯୋଡି ହେବ ସେ ନେଇ ରଣନୀତି ପ୍ରସ୍ତୁତ କରିବାକୁ ନବୀନ କହିଛନ୍ତି ।

Get real time updates directly on you device, subscribe now.