fbpx

ଆଳୁ ପାଇଁ ମମତାଙ୍କୁ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗ: କଡ଼ା ସମାଲୋଚନା କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଆଳୁ ଅଭାବ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଆଳୁ ଯୋଗାଣ ସ୍ୱାଭାବିକ କରିବା ପାଇଁ ମମତାଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ । ଏନେଇ ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି ବୋଲି ଚିଠିରେ ଦର୍ଶାଇଛନ୍ତି । ଆଳୁ ଅତ୍ୟାବଶ୍ୟକ ଜିନିଷ ହୋଇଥିବାରୁ ଅଭାବରୁ କୃତ୍ରିମ ଦର ବଢିଛି । ଅତୀତରେ ଆପଣଙ୍କ ମହତ କାର୍ଯ୍ୟ ଉପକୃତ କରିଛି, ଏଥିରେ ଆପଣ ହସ୍ତକ୍ଷେପ କରନ୍ତୁ ।

ଅନ୍ୟପଟେ ମମତାଙ୍କୁ ନବୀନଙ୍କ ଚିଠି ଲେଖା ପ୍ରସଙ୍ଗକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ ଲେଖିଛନ୍ତି ଯେ, ‘ଚିଠି ଲେଖି ଶସ୍ତା ରାଜନୀତି କରନ୍ତୁ ନାହିଁ । ୨୪ ବର୍ଷ ହେଲା ଶୀତଳ ଭଣ୍ଡାର କଲେ ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । ସବୁ ଥିରେ ଫେଲ ପାଇଁ ଲୋକ ବି ଏଥର ତାଙ୍କୁ ଫେଲ କରିଦେଲେ । ଚିଠି ଲେଖିଲେ ସମସ୍ୟାର ସମାଧାନ ହୁଏ ନାହିଁ । ତୁମେ କଣ ଅଛ ଯେ ଚିଠି ଲେଖୁଛ।’

ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ସରକାର । ପଶ୍ଚିମବଙ୍ଗରେ ୨୧ରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା, ୨୪ରେ ସରି ଯାଇଛି । ଦିନେ ଦୁଇ ଦିନ ଭିତରେ ଆଳୁ ଗାଡ଼ି ଆସିବା ଆରମ୍ଭ ହୋଇଯିବା । ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ହେବ । ରାଜ୍ୟର ଚାହିଦା ଅନୁସାରେ ୭ ଦିନର ଆଳୁ ମହଜୁଦ ଅଛି ।

Get real time updates directly on you device, subscribe now.