fbpx

ଦ୍ବନ୍ଦରେ ଦୁର୍ଗା ଅଷ୍ଟମୀ-ନବମୀ-ଦଶମୀ, କେବେ ଉପବାସ ରଖିବେ ଜାଣନ୍ତୁ

ଭୁବନେଶ୍ବର: ଜାରି ରହିଛି ନବରାତ୍ରୀ । ନବରାତ୍ରୀ ଅକ୍ଟୋବର 3 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା 12 ତାରିଖରେ ଶେଷ ହେବ । ଆଜି ଷଷ୍ଠ ଦିନ ହୋଇଥିବା ବେଳେ ମା’ପୂଜାର୍ଚ୍ଚନାକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ତେବେ ଚଳିତବର୍ଷ ଦୁଇ ଦିନ ଅଷ୍ଟମୀ ଏବଂ ଦଶମୀ ପଡିବା କାରଣରୁ ଲୋକେ ମଧ୍ୟ ଦ୍ବନ୍ଦରେ ରହିଛନ୍ତି । ନବରାତ୍ରୀରେ ଖାସ୍ କରି ମହିଳାମାନେ ଉପବାସରେ ରହୁଥିବା ବେଳେ ଦଶମୀରେ ଏହା ଭାଙ୍ଗିଥାନ୍ତି । କିନ୍ତୁ ଅଷ୍ଟମୀ 11 ତାରିଖରେ ପଡୁଥିବା ବେଳେ ଦଶମୀ 12 ତାରିଖରେ ପଡୁଛି । ହେଲେ ଏହାରି ଭିତରେ ନବମୀ କେବେ ପାଳନ ହେବ ସେନେଇ ସମସ୍ତ ଭକ୍ତଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଯାଇଛି । ଯଦି ଦେଖିବା ଦଶମୀ ମଧ୍ୟ ଚଳିତ ବର୍ଷ 2ଦିନ ରହୁଛି । କିନ୍ତୁ ପଞ୍ଜିକା ଅନୁସାରେ, 12 ତାରିଖରେ ହିଁ ପାଳିତ ହେବ ଦଶମୀ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଚଳିତବର୍ଷ ସପ୍ତମୀ ଗୁରୁବାର ୧୦ ଅକ୍ଟୋବରରେ ହେବ । ଅଷ୍ଟମୀ ବ୍ରତ ଏହାର ପରଦିନ ଅର୍ଥାତ ୧୧ ଅକ୍ଟୋବର ଶୁକ୍ରବାର ପାଳନ ହେବ । ଅଷ୍ଟମୀ ତିଥି ଶୁକ୍ରବାର ସକାଳ ୬ଟା ୫୨ ମିନିଟ ପର୍ଯ୍ୟନ୍ତ ରହିବ ଏହାପରେ ନବମୀ ହେବ । ଯଦି ଅଷ୍ଟମୀ ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ବ୍ରତ 11 ତାରିଖରେ ରଖନ୍ତୁ ଏବଂ ୧୨ ଅକ୍ଟୋବର ନବମୀ ସକାଳ ୬ଟା ୫୨ ମିନିଟରେ ଭଙ୍ଗ ହେବ । 12 ତାରିଖରେ ପାଳିତ ହେବ ବିଜୟା ଦଶମୀ । ଚଳିତବର୍ଷ ଅଷ୍ଟମୀ ଯୁକ୍ତ ନବମୀ ୧୧ ଅକ୍ଟୋବର ଶୁକ୍ରବାରରେ ପଡୁଛି । ତେଣୁ ଏହିଦିନ ହିଁ ଉପବାସ କରିବେକୁ ପରାମର୍ଶ ଦିଆଯାଇଛି । ଦଶମୀ 12 ଏବଂ 13 ତାରିଖ ପଡୁଥିବା ବେଳେ ଏହା 12 ତାରିଖରେ ହିଁ ପାଳନ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.