କୋଳେଇ ଧରିଲେ ସ୍ୱାମୀଙ୍କ କଫିନ୍; କହିଲେ “ଆଇ ଆମ୍ ପ୍ରାଉଡ୍ ଅଫ ୟୁ… ଜୟ ହିନ୍ଦ୍”
ତୁମ ପାଇଁ ଗର୍ବିତ... ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ତୁମର ଆତ୍ମାକୁଶାନ୍ତି ମିଳୁ। ତୁମେ ତୁମ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ବଞ୍ଚିଛ, ଏବଂ ଆମେ ତୁମକୁ ଗର୍ବିତ ଅନୁଭବ କରାଇବୁ।
ନୂଆଦିଲ୍ଲୀ: ହନିମୁନିରୁ ଶେଷ ଯାତ୍ରା। ବାହାଘରକୁ ମାତ୍ର ୭ଟା ଦିନ ହୋଇଛି। ଆଉ ୭ଟା ଦିନରେ ପତ୍ନୀ ଆଖି ଆଗରେ ସ୍ୱାମୀକୁ ଗୁଳି। ଏହି ଘଟଣା ସମସ୍ତଙ୍କ ନିସ୍ତବ୍ଧ କରି ଦେଇଛି। ମୃତ ଶରୀର ପାଖରେ ବସି ରହିଥିବା ଫଟୋ ସମସ୍ତଙ୍କୁ ନିର୍ବାକ କରିଦେଇଛି।
ସମସ୍ତଙ୍କ ମୁହଁରୁ ଗୋଟେ ଶବ୍ଦ ଏମିତି ଦୁଃଖ କାହାକୁୂ ନଦିଅନ୍ତୁ ଭଗବାନ। ଆଉ ପତ୍ନୀ ସ୍ୱାମୀଙ୍କୁ ଦେଇଥିବା ଶେଷ ସାଲ୍ୟୁଟ୍ ଚିତ୍ର ଥିଲା ହୃଦୟ ବିଦାରକ। ଶେଷ ସାଲ୍ୟୁଟ୍ ସମୟର ଦୁଇ ପଦ କଥା, ତୁମ ପାଇଁ ଗର୍ବିତ… ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ତୁମର ଆତ୍ମାକୁଶାନ୍ତି ମିଳୁ। ତୁମେ ତୁମ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ବଞ୍ଚିଛ, ଏବଂ ଆମେ ତୁମକୁ ଗର୍ବିତ ଅନୁଭବ କରାଇବୁ।
#WATCH | Delhi | Indian Navy Lieutenant Vinay Narwal's wife bids an emotional farewell to her husband, who was killed in the Pahalgam terror attack
The couple got married on April 16. pic.twitter.com/KJpLEeyxfJ
— ANI (@ANI) April 23, 2025
ସ୍ୱାମୀଙ୍କ କଫିନକୁ ଆଲିଙ୍ଗନ କରି, ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ପତ୍ନୀ ହିମାଂଶୀ ତାଙ୍କୁ ଏପରି ବିଦାୟ ଦେଲେ ଯେ ସମସ୍ତଙ୍କ ହୃଦୟ ଥରି ଉଠିଲା। ଏହି ଶବ୍ଦଗୁଡ଼ିକ ଶୁଣି ଦିଲ୍ଲୀ ବିମାନବନ୍ଦରରେ ଥିବା ସମସ୍ତ ସଦସ୍ୟଙ୍କ ଆଖିରେ ଲୁହ ଆସି ଯାଇଥିଲା।
ବିବାହ ମାତ୍ର ସାତ ଦିନ ପୂର୍ବରୁ ହୋଇଥିଲା, ହାତର ମେହେନ୍ଦି ଫିକା ପଡ଼ିନଥିଲା, ହେଲେ ଆତଙ୍କୀଙ୍କ ଗୁଳି ଲିଭେଇ ଦେଲା ଜୀବନ ଦୀପ। ଭାରତୀୟ ନୌ-ସେନା ଲେଫ୍ଟନାଣ୍ଟ ବିନୟ ନରୱାଲ ଏବଂ ହିମାନ୍ସି ୧୬ ଏପ୍ରିଲରେ ବିବାହ କରିଥିଲେ। ଦୁହେଁ ସେମାନଙ୍କର ନୂତନ ଜୀବନର ଆରମ୍ଭକୁ ସ୍ମରଣୀୟ କରିବା ପାଇଁ ପହଲଗାମର ସୁନ୍ଦର ଉପତ୍ୟକାକୁ ବାଛିଥିଲେ।
କିନ୍ତୁ କିଏ ଜାଣିଥିଲା ଯେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ତାଙ୍କ ଜୀବନର ସମସ୍ତ ଖୁସି ଛଡ଼ାଇ ନେବ। ବୁଧବାର ଦିନ ବିନୟ ନରୱାଲଙ୍କ ମୃତଦେହକୁ ଦିଲ୍ଲୀ ଅଣାଯିବା ପରେ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଶେଷ ବିଦାୟ ଦେଇଥିଲେ।
ହିମାଂଶୀ କଫିନ ପାଖରେ ଠିଆ ହୋଇ ଚାହିଁ ରହିଥିଲେ। ତାଙ୍କ ଥରୁଥିବା ହାତଗୁଡ଼ିକ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଘୋଡ଼ାଇ ରଖିଥିବା ତ୍ରିରଙ୍ଗାକୁ ସ୍ପର୍ଶ କରୁଥିଲେ।
ହିମାଂଶୀର ହାତ ଧରି ପରିବାର ସଦସ୍ୟମାନେ ତାଙ୍କୁ ବାରମ୍ବାର ସାନ୍ତ୍ୱନା ଦେଉଥିଲେ, କିନ୍ତୁ ସେମାନେ ନିଜେ ସେମାନଙ୍କର ଲୁହକୁ ରୋକିପାରୁ ନଥିଲେ।