fbpx
BSKY SKY
BSKY SKY

କାର୍ ଭିତରୁ ମହିଳାଙ୍କୁ ଛେପ ପକାଉଛନ୍ତି ନୱାଜ ସରୀଫଙ୍କ ଡ୍ରାଇଭର: ପାକ୍ ପୂର୍ବ ପ୍ରଧାନମନ୍ତ୍ରୀ ବି ଟ୍ରୋଲର ଶିକାର

BSKY

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରୀଫ ପୁଣିଥରେ ଟ୍ରୋଲର ଶିକାର ହେଉଛନ୍ତି । ତେବେ ଏଥର ସେ ନିଜର କୌଣସି କାରନାମା ପାଇଁ ନୁହେଁ, ବରଂ ତାଙ୍କର ଜଣେ ଖାସ୍ ପାଖ ଲୋକଙ୍କ ଭୁଲ ପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି । କାରରେ ଯିବା ସମୟରେ ତାଙ୍କର ଡ୍ରାଇଭର ଜଣେ ମହିଳାଙ୍କ ମୁହଁକୁ ଛେପ ପକାଉଥିବାର ଭିଡିଓ ଏବେ ଭାଇରାଲ ହେଉଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନା ଅନୁଯାୟୀ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରୀଫ ନିଜ ଗାଡ଼ିରେ ଯାତ୍ରା କରୁଥିଲେ । ତେବେ ଏହି ସମୟରେ ଜଣେ ମହିଳା ତାଙ୍କୁ ରାସ୍ତାରେ ଅଟକାଇ ଥିଲେ । ତେବେ କିଛି ସମୟ ପରେ ଗାଡ଼ି ଡ୍ରାଇଭର କାଚ ଖୋଲିଥିଲେ । କିନ୍ତୁ ସେ ମହିଳାଙ୍କୁ ଉତ୍ତର ଦେଇ ନଥିଲେ କିମ୍ବା ତାଙ୍କ ନେତାଙ୍କ ସହ ଆଲୋଚନା କରିବା ଅବସରରେ ଖୋଲି ନଥିଲେ ଗାଡ଼ିର କାଚ । ଗାଡ଼ିର କାଚ ଖୋଲି ଡ୍ରାଇଭର ଜଣକ ରାସ୍ତା ମଝିରେ ମହିଳାଙ୍କ ମୁହଁକୁ ଛେପ ପକାଇ ଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରୁ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଭିଡିଓରେ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରୀଫ ଗାଡ଼ିର ଆଗ ସିଟରେ ବସିଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ସାରା ଚର୍ଚ୍ଚାର ବିଷୟ ହୋଇଛି । ତେବେ କୁହାଯାଉଛି ଯେ, ମହିଳାଜଣକ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଅଟକାଇ ବିଭିନ୍ନ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ । ତେଣୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ତେବେ ପୀଡ଼ିତା ମହିଳା ଏହି ସମସ୍ତ ଘଟଣାର ଦୃଶ୍ୟ ନିଜ ମୋବାଇଲରେ ରେକର୍ଡ କରି ନେଇଛନ୍ତି । କୁହାଯାଉଛି ଯେ, ମହିଳା ଜଣକ ନୱାଜଙ୍କ ପ୍ରଶ୍ନ କରିଥିଲେ ଯେ, ସତରେ କ’ଣ ଆପଣ ଜଣେ ଭ୍ରଷ୍ଟାଚାରୀ? ଏହାପରେ ଡ୍ରାଇଭର ଏଥିରେ ରାଗି ଯାଇ ମହିଳାଙ୍କ ଉପରକୁ ଛେପ ପକାଇବା ସହ ସେଠାରୁ ତୁରନ୍ତ ଚାଲି ଯାଇଥିଲେ ।

Get real time updates directly on you device, subscribe now.