ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିର ଗଲେ ଉର୍ଫି ଜାଭେଦ: ପ୍ରଥମ ଥର ପାଇଁ ଉର୍ଫିଙ୍କୁ ଏଭଳି ପୋଷାକରେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ସାରା ଦେଶରେ ଗଣେଶ ପର୍ବ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ହେଲେ ସାଧାରଣତଃ ଦେଖାଯାଏ ସିନେ ଷ୍ଟାରମାନେ ଅଧିକ ଉତ୍ସାହର ସହ ପାଳନ କରିଥାନ୍ତି। କେହି କେହି ଘରେ ଗଣେଶଙ୍କ ମୂର୍ତ୍ତି ଆଣି ପୂଜା କରିଥାନ୍ତି ତ ଆଉ କେହି କେହି ମନ୍ଦିରକୁ ଯାଇ ଗଣେଶଙ୍କ ଦର୍ଶନ କରିଥାନ୍ତି। ହେଲେ ଆମେ କହୁଛୁ ଅନ୍ୟ ତାରକାଙ୍କ ଠାରୁ ଭିନ୍ନ ଓ ଅଦ୍ଭୁତ ପୋଷାକ ପିନ୍ଧି ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦଙ୍କ କଥା । ସମସ୍ତଙ୍କ ଭଳି ସେ ମଧ୍ୟ ଗଣେଶ ପୂଜା ପାଳନ କରୁଛନ୍ତି।

ସବୁବେଳେ ଅଜବ ପୋଷାକ ପିନ୍ଧି ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ ଏଥର ମଧ୍ୟ ପୋଷାକ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଉର୍ଫି ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ପୂରା ପୋଷାକ ପିନ୍ଧି ମନ୍ଦିରରେ ଗଣେଶଙ୍କ ଦର୍ଶନ କରିଛନ୍ତି। ଉର୍ଫି ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। ସେ ସେଠାକାର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବନ୍ଧୁ ପ୍ରତୀକ ସହଜପାଲଙ୍କ ସହ ନଜର ଆସିଛନ୍ତି । ଏହି ଫଟୋରେ ଉର୍ଫିଙ୍କ ପୋଷାକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ଉର୍ଫି ନାଲି ରଙ୍ଗର ସୁଟ୍ ପିନ୍ଧି ମନ୍ଦିର କୁ ଆସିଥିଲେ। ସେୟାର ହୋଇଥିବା ଫଟୋରେ ସେ ପ୍ରତୀକ ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ସହ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି। ଏହା ବ୍ୟତୀତ ଉର୍ଫି ଏକ ସେଲ୍ଫି ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନିଆରା ଷ୍ଟାଇଲ ଓ ଚଷମାରେ ନଜର ଆସିଛନ୍ତି ।

ପ୍ରଶଂସକମାନେ ଏହି ପୋଷ୍ଟକୁ ନେଇ ବିଭିନ୍ନ କମେଣ୍ଟ କରିଛନ୍ତି, ”ପ୍ରଥମ ଥର ପାଇଁ ଉର୍ଫିଙ୍କୁ ଏଭଳି ପୋଷାକରେ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ଲେଖିଛନ୍ତି, ପ୍ରଥମ ଥର ପାଇଁ ଉର୍ଫିଙ୍କ ପୋଷ୍ଟଦେଖି ମନ ଖୁସି ହୋଇଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ ମନ୍ଦିରକୁ ପାରମ୍ପରିକ ପୋଷାକ ପିନ୍ଧିଥିବାରୁ ଧନ୍ୟବାଦ। ଜୟ ହୋ ମୋରିଆ । ଲାଲ ରଙ୍ଗର ସୁଟ୍ ପିନ୍ଧିଥିବାରୁ ଉର୍ଫିଙ୍କ ସୌନ୍ଦର୍ଯ୍ୟକୁ ଅନେକ ପ୍ରଶଂସକ ପ୍ରଶଂସା କରିଛନ୍ତି।”

 

View this post on Instagram

 

A post shared by Uorfi (@urf7i)

 

Get real time updates directly on you device, subscribe now.