fbpx
BSKY SKY
BSKY SKY

ISRO ଦେଲା ଖୁସି ଖବର: ପୃଥିବୀ ଠାରୁ କେତେ ଦୂରରେ ପହଞ୍ଚିଲାଣି Aditya-L-1

BSKY

ନୂଆଦିଲ୍ଲୀ: ଗତ ୨ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଦିତ୍ୟ-ଏଲ-୧ ଲଞ୍ଚ କରିଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ ଏହାକୁ ସଫଳତାର ସହ ଲଞ୍ଚ କରାଯାଇଥିଲା । ଗତ ୧୫ ତାରିଖରେ ଆଦିତ୍ୟ-ଏଲ-୧ ପୃଥିବୀର ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିଥିବା ନେଇ ଇସ୍ରୋ ସୂଚନା ଦେଇଥିଲା । ତେବେ ଏହା ମଧ୍ୟରେ ଇସ୍ରୋ ଏକ ବଡ଼ ଖୁସି ଖବର ଦେଇଛି ।

ଆଦିତ୍ୟ-ଏଲ-୧ ମିଶନ ବୈଜ୍ଞାନିକ ଡାଟା ଏକତ୍ର କରିବା ଆରମ୍ଭ କରିଦେଇଥିବା ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି । ଷ୍ଟେପସ ଉପକରଣର ସେନସର ଦ୍ୱାରା ପୃଥିବୀଠାରୁ ୫୦ ହଜାର କିମିରୁ ଅଧିକ ଦୂରତାରେ ସୁପର-ଥର୍ମାଲ, ଏନର୍ଜେଟିକ ଆୟନ ଓ ଇଲେକ୍ଟ୍ରନକୁ ମାପିବା ଆରମ୍ଭ କରିଦେଇଛି । ପୃଥିବୀର ଆଖପାଖରେ ରହିଥିବା ପାର୍ଟିକିଲଗୁଡ଼ିକୁ ବ୍ୟବହାରର ବିଶ୍ଲେଷଣ କରିବାରେ ଏହି ଡାଟା ବୈଜ୍ଞାନିକଙ୍କୁ ସହାୟତା କରୁଛି ।

ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକଲ ଏକ୍ସପରିମେଣ୍ଟ (ଆସପେକ୍ସ) ପୋଲୋଡର ଏକ ଅଂଶ, ସୁପ୍ରା ଥର୍ମାଲ ଆଣ୍ଡ ଏନର୍ଜେଟିକ ପାର୍ଟିକଲ ସ୍ପେକ୍ଟୋମିଟର (ଷ୍ଟେପସ) ଉପକରଣ ନିଜର ଡାଟା ଏକତ୍ରୀକରଣ କାର୍ଯ୍ୟ ଆରମ୍ଭ କରିଦେଇଛି । ଗତ ୧୦ ତାରିଖଠାରୁ ଷ୍ଟେପ ପୃଥିବୀଠାରୁ ୫୦ ହଜାର କିମିରୁ ଅଧିକ ଦୂରତାରେ ସକ୍ରିୟ ହୋଇଥିଲା । ଡାଟା ସଂଗ୍ରହ ଜାରି ରହିଥିବା ପର୍ଯ୍ୟନ୍ତ ମହାକାଶ ଯାନ ପୃଥିବୀ ଠାରୁ ୫୦ ହଜାର କିମି ଲକ୍ଷ୍ୟସ୍ଥଳନରୁ ଆଗକୁ ବଢ଼ିନଥିଲା । ମହାକାଶ ଅନୁପ୍ରୟୋଗ କେନ୍ଦ୍ର (ସାକ)ର ସହଯୋଗରେ ଅହମ୍ମଦାବାଦଠାରେ ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା (ପିଆରଏଲ) ଦ୍ୱାରା ଷ୍ଟେପସକୁ ବିକଶିତ କରାଯାଇଥିଲା ।

 

Get real time updates directly on you device, subscribe now.