fbpx

ମାଲକାନଗିରି ସୀମା ବିଜପୁର ନିକଟରେ ଗୁଳିବିନିମୟ: ଯବାନଙ୍କ ଗୁଳିରେ ଜଣେ ନକ୍ସଲ ମିଲିସିଆ କମାଣ୍ଡର ମୃତ।

ମାଲକାନଗିରି: ୦୪/୧୨ ରିଖ ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି।ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ ହୋଇଥିବା ଜଣାପଡିଛି। ପୁଲିସ ମୃତ ନକ୍ସଲ ପାଖରୁ ଗୋଟିଏ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରିଛି।

ମିରତୁର ଥାନା ଅନ୍ତର୍ଗତ ହାକବା ଜଂଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ପୁଲିସକୁ ଖବର ମିଳିଥିଲା। ତେବେ ଜିଲ୍ଲା ପୁଲିସ ସମେତ ଡିଆରଜି ଯବାନ ଏହି ଅଂଚଳରେ କୁମ୍ବିଂ ପାଇଁ ବାହାରିଥିଲେ। ଆଜି ସକାଳେ ପୁଲିସକୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମୃତ ମାଓବାଦୀର ଶବକୁ ଉଦ୍ଧାର କରିବା ସହ ମାଓ ସାମଗ୍ରୀ ଜବତ କରିଛି।

 

ମୃତ ନକ୍ସଲ ଅର୍ଜୁନ ବୋଲି ଚିହ୍ନଟ କରାଯାଇଛି। ଅର୍ଜୁନ ମିଲିସିଆ କମାଣ୍ଡର ଭାବେ କାମ କରୁଥିଲା। ପୁଲିସ ବହୁ ନକ୍ସଲ ସାମଗ୍ରୀ ଜବତ କରିଛି। ତେବେ ମୃତ ଅର୍ଜୁନ ମିରତୁର, ଗାଂଗଲୁର ଏବଂ ଭେରମଗଡ ଅଂଚଳରେ ବହୁ ହିଂସାରେ ଜଡିତ ରହିଥିଲା। ଗତ ଦୁଇ ଦିନ ତଳେ ଗୋଙ୍ଗଲା ଗ୍ରାମରେ ଜଣେ ଗ୍ରାମବାସୀକୁ ନକ୍ସଲ ହତ୍ୟା କରିଥିଲେ। ତେବେ ସେହି ଘଟଣାରେ ଅର୍ଜୁନ ସାମିଲ ଥିବା ପୁଲିସ କହିଛି।

Get real time updates directly on you device, subscribe now.