fbpx

Big Breaking; ଛତିଶଗଡ଼ରେ ଭୋଟିଙ୍ଗ ସମୟରେ ନକ୍ସଲ-ପୋଲିସ ମୁହାଁମୁହିଁ: ଭାରୀ ପଡ଼ିଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ବର୍ତ୍ତମାନ ଛତିଶଗଡ଼ ସମେତ ମୋଟ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହା ମଧ୍ୟରେ ସୁକମାର ତାଡମେଟଲା ଏବଂ ଦୁଲେଡଠାରେ ମୁହାଁମୁହିଁ ହୋଇଛନ୍ତିି ସିଆରପିଏଫ ଏବଂ ନକ୍ସଲ କର୍ମୀ । ମୀନପାରେ ପୋଲିଙ୍ଗ ପାର୍ଟିକୁ ସୁରକ୍ଷା ଦେବା ପାଇଁ ଜଙ୍ଗଲରେ ନିୟୋଜିତ ହୋଇଥିଲେ ସିଆରପିଏଫ । ଏଠାରେ ଅଚାନକ ନକ୍ସଲ ଆକ୍ରମଣ କରିଥିବା ବେଳେ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଛନ୍ତି । ତେବେ କିଛି ନକ୍ସଲ କର୍ମୀ ଏଥିରେ ପ୍ରାଣ ହରାଇଥିବା ବେଳେ କିଛି ଯବାନ ମଧ୍ୟ ଆହତ ହୋଇଥିବା ଜାଣିବାକୁ ମିଳିଛି ।

ସେହିପରି କୋଙ୍କର ଜିଲ୍ଲାର ବାନ୍ଦେ ଥାନାରେ ମଧ୍ୟ ବିଏସଏଫ ଏବଂ ଡିଆରଜି ଟିମ୍ ମତଦାନ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଭୋଟିଙ୍ଗ ପାଇଁ ଏରିଆ ଡୋମିନେସନରେ ବାହାରିଥିବା ବେଳେ ଏହି ଆକ୍ରମଣ ହୋଇଛି । ଡିଆରଜି ସହପାନାୱର ନିକଟରେ ପ୍ରାୟ ମଧ୍ୟାହ୍ନ ଗୋଟାଏ ସମୟରେ ଏହି ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରୁ ଏକେ-୪୭ ଜବତ କରାଯାଇଥିବା ବେଳେ ଏଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଏହି ଗୁଳିକାଣ୍ଡରେ କିଛି ନକ୍ସଲ ପ୍ରାଣ ହରାଇଥିବା କିମ୍ବା ଆହତ ହୋଇଥିବା ଜଣାଯାଇଛି । ଛତିଶଗଡ଼ର ସୁକମାରେ ଭୋଟିଙ୍ଗ ଜାରି ରହିଥିବା ବେଳେ ମଧ୍ୟାହ୍ନ ଗୋଟାଏ ବେଳେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏରିଆ ଡୋମିନେସନ ଡ୍ୟୁଟିରେ ଯାଉଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସର ୮୫ତମ ବାହିମୀ ଏହି ଆକ୍ରମଣର ପାଲଟା ଜବାବ ମଧ୍ୟ ଦେଇଛି । ୫-୧୦ ମିନିଟର ଏହି ଗୁଳି ବିନିମୟରେ କିଛି ନକକ୍ସଲ ଢେର ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ୫ଟି ରାଜ୍ୟରେ ବର୍ତ୍ତମାନ ବିଧାନସଭାେ ନିର୍ବାଚନ ଆରମ୍ଭ ହୋଇଯାଇଛି । ଆଜି ଛତିଶଗଡ଼ ଏବଂ ମିଜୋରାମରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେଛତିଶଗଡ଼ରେ ୧୦ଟି ସିଟରେ ଭୋଟିଙ୍ଗ ଶେଷ ହୋଇଛି । ରାଜ୍ୟର ବିଭିନ୍ନ ନକ୍ସଲ ଅଞ୍ଚଳରେ ଭୋଟିଙ୍ଗ ଜାରି ରହିଥିବା ବେଳେ ସୁରକ୍ଷା ପାଇଁ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନିର୍ବାଚନ ଆୟୋଗ ତରଫରୁ ସୁରକ୍ଷା ପାଇଁ ୬୦ ହଜାର ସୁରକ୍ଷାବଳ(୨୫,୪୨୯ କର୍ମଚାରୀ) ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.