fbpx
BJD
BJD SKY
BJD SKY

ଯାଜପୁର; ବୈତରଣୀ ଶାଖା ନଦୀରେ ବୁଡି ନାବାଳକ ମୃତ

BJD

ଓଡିଶା ଭାସ୍କର; ବୈତରଣୀ ଶାଖା ନଦୀରେ ବୁଡି ନାବାଳକ ମୃତ । ଦୁଇ ସାଙ୍ଗ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ନେଇ ସୂଚନା । ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାରେ ଗାଁ ଲୋକେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଦେଇ ପ୍ରଭାଭିତ ହେଉଥିବା ବୈତରଣୀ ଶାଖାର ବୁଢାନଦୀକୁ ଦୁଇ ଜଣ ସାଙ୍ଗ ଗାଧେଇବାକୁ ଯାଇଥିଲେ । ତେବେ ଗାଧେଇବା ସମୟରେ ଉଭୟ ନଦୀରେ ବୁଡ଼ିଯାଇଥିଲେ । ଏହି ସମୟରେ ସେମାନଙ୍କୁ ଉଦ୍ଧାର କରିବାକୁ ଗାଁ ଲୋକ ଚେଷ୍ଟା କରିଥିଲେ । ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାରେ ଗାଁ ଲୋକେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ମୃତକ ଜଣଙ୍କ ହେଉଛନ୍ତି ସାନସୁଆର ଗାଁ’ର ୧୪ ବର୍ଷୀୟ ଲିପୁନ ଜେନା । ମାଉସୀ ଘରକୁ ଲକ୍ଷ୍ମୀ ପୂଜା ଦେଖିବାକୁ ଆସିଥିଲେ ଲିପୁନ । ତେବେ ଏହି ଅଘଟଣକୁ ନେଇ ଯାଜପୁର ସଦର ଥାନା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.