fbpx

ବିଜୟ ମାଲ୍ୟାଙ୍କୁ NBW ଜାରି, କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ବିଜୟ ମାଲ୍ୟାଙ୍କୁ NBW ନୋଟିସ ଜାରି କରାଯାଇଛି। ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧୮୦ କୋଟିର ଋଣ ପରିଶୋଧ ପୈଠ ନକରିବା ମାମଲାରେ NBW ଜାରି କରାଯାଇଛି। ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ଖବର ଅନୁସାରେ, ବିଜୟ ମାଲ୍ୟା ୨୦୦୭ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ତାଙ୍କର କମ୍ପାନୀକୁ ୧୭୦ କୋଟି ଟଙ୍କାର ଋଣ ଦେଇଥିଲେ । କିନ୍ତୁ ବିଜୟ ମାଲ୍ୟା ଠିକ ସମୟରେ ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କ ତରଫରୁ ଏକ ମାମଲା ରୁଜୁ ହୋଇଥିଲା । ଇଡି ଦ୍ୱାରା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା । ଏହା ସହ ଏହି ଘଟଣାରେ କେବଳ ବିଜୟ ନୁହଁନ୍ତି , ତାଙ୍କ ସହ ଆହୁରି ୧୦ ଜଣ ଅଭିଯୁକ୍ତ ଏହି କାରବାରରେ ସାମିଲ ରହିଛନ୍ତି ।

ସେହିପରି ସିବିଆଇ କୋର୍ଟ ଜୁନ ୨୯ ତାରିଖରେ ବିଜୟଙ୍କ ବିରୋଧରେ ୱାରେଣ୍ଟି ଇସ୍ୟୁ କରିଥିଲେ । ସେହି ପୁରୁଣା ମାମଲାକୁ ନେଇ ବର୍ତ୍ତମାନ କୋର୍ଟ ଚର୍ଚ୍ଚା କରିଛନ୍ତି। ତେବେ ବିଜୟଙ୍କ ସହ ଅନ୍ୟ ଦୋଷୀମାନଙ୍କୁ ମଧ୍ୟ କୋର୍ଟରେ ତୁରନ୍ତ ହାଜର କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ, ଦେଶ ଛାଡି ଯାଇଥିବା ବିଜୟଙ୍କୁ ମଧ୍ୟ କୋର୍ଟ NBW ଜାରି କରିଛନ୍ତି ।

Get real time updates directly on you device, subscribe now.