fbpx

ଡ୍ରଗ୍ସ ମାମଲାରେ ଗିରଫ ହେଲେ ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ

ମୁୁମ୍ବାଇ,୨୬ ।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ମାମଲା ନୂଆ ମୋଡ ନେବା ପରେ ବଲିଉଡର ଅନେକ ସେଲିବ୍ରିଟମାନେ ଏବେ ଏନସିବି ରାଡାରକୁ ଆସିଛନ୍ତି । ଟିଭି କଳାକାରଙ୍କଠାରୁ ଆରମ୍ଭ କରି ପ୍ରସିଦ୍ଧ ସିନେମା କଳାକାରମାନଙ୍କର ଏବେ ଗୁମର ଖୋଲିବାରେ ଲାଗିଛି ଏନସିବି । ଏହାରି ମଧ୍ୟରେ ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ କ୍ଷିତିଜଙ୍କୁ ଗିରଫ କରିଛି ଏନସିବି । ରାତିସାରା ଏନସିବି କାର୍ଯ୍ୟାଳୟରେ କ୍ଷିତିଜ ପ୍ରସାଦ ରହିଥିବା ବେଳେ ଆଜି ତାଙ୍କୁ ଜେରା ହୋଇଥିଲା । ତେବେ ଚଢାଉ ବେଳେ କ୍ଷିତିଜଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିଲା ।

Get real time updates directly on you device, subscribe now.