fbpx

ହ୍ୱାଟସଆପର ଡିଲିଟ୍ ମେସେଜ୍, ବ୍ୟାଙ୍କ ବିବରଣୀର ଖୋଳତାଡ଼ କରୁଛି ଏନସିବି, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

Advertisement

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ବ୍ୟାଙ୍କ ଡିଟେଲ୍ ତଥା ଆର୍ଥିକ ନେଣଦେଣର ଖୋଳତାଡ କରୁଛି ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରେ(ଏନସିବି) । କେବଳ ଆର୍ଯ୍ୟନ ନୁହନ୍ତି ତାଙ୍କ ସହିତ ଅନ୍ୟ ଅଭିଯୁକ୍ତ ମାନଙ୍କ ଆର୍ଥିକ ନେଣଦେଣକୁ ନେଇ ଖୋଳତାଡ କରାଯାଉଛି । କେଉଁ କେଉଁଠି ଟ୍ରାନଜାକ୍ସନ୍ କରାଯାଇଛି? ଡ୍ରଗ୍ସ କିଣାବିକାକୁ ନେଇ କୌଣସି ଟ୍ରାନଜାକ୍ସନ୍ ହୋଇଛି କି ନାହିଁ? ଏସବୁକୁ ନେଇ ତଦନ୍ତ ଚଳାଇଛି ଏନସିବି । ଏନେଇ ରିପୋର୍ଟ ପ୍ରକାଶ ପାଇଛି । ତେବେ ଆର୍ଯ୍ୟନଙ୍କ ଆଗାମୀ ଜାମିନ୍ ଆବେଦନ ଉପରେ ବମ୍ବେ ହାଇକୋର୍ଟରେ ଅକ୍ଟୋବର ୨୬ ତାରିଖରେ ଶୁଣାଣି କରାଯିବ । ବର୍ତ୍ତମାନ ଅଧିକରୁ ଅଧିକ ତଥ୍ୟ ପ୍ରମାଣ ଯୋଗାଡ କରିବାକୁ ଉଦ୍ୟମ କରୁଛି ତଦନ୍ତକାରୀ ଟିମ୍ ।

 

କିଛି ଅଭିଯୁକ୍ତଙ୍କ ଟଙ୍କା ନେଣଦେଣର ରେକର୍ଡ ପାଇସାରିଛନ୍ତି । ଯାହା ଜରିଆରେ ବିପୁଳ ପରିମାଣରେ ଡ୍ରଗ୍ସ କିଣାବିକା କରାଯାଇଥିଲା । ଏନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ ଅଭିଯୁକ୍ତ ମାନଙ୍କ ରୋଜଗାର ମାଧ୍ୟମକୁ ନେଇ ଯାଞ୍ଚ ଚଳାଇଛି । ଅନ୍ୟପଟେ ଏନସିବି, ଆର୍ଯ୍ୟନଙ୍କ ଫୋନ୍ ରୁ ଡିଲିଟ୍ କରାଯାଇଥିବା ମେସେଜ୍ ଏବଂ ହ୍ୱାଟସଆପ୍ ଚାଟ୍ କୁ ମଧ୍ୟ ଯାଞ୍ଚ କରୁଛି । ସେଥିରୁ ଡ୍ରଗ୍ସକୁ ନେଇ କିଛି ତଥ୍ୟ ମିଳିପାରିବ । ଏହା ବ୍ୟତୀତ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ କୁ ମଧ୍ୟ ତଦନ୍ତ ପରିସରକୁ ଆଣିଛି ତଦନ୍ତକାରୀ ଟିମ୍ ।

ବର୍ତ୍ତମାନ ଅନନ୍ୟା ପାଣ୍ଡେଙ୍କୁ ସହ କରିଥିବା ଚାଟ୍ ରୁ ଜଣାପଡ଼ିଛି ଯେ, ସେମାନେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହୋଇଛନ୍ତି । ଆର୍ଯ୍ୟନଙ୍କ ଚାଟ୍ ଏବେ ଏହି ମାମଲାର ମୁଖ୍ୟ ପ୍ରମାଣ ଆକାରରେ ନିଆଯାଇଛି । କାରଣ ଆର୍ଯ୍ୟନ ଚାଟ୍ ରେ ଅନନ୍ୟାଙ୍କୁ ପଚାରିଛନ୍ତି ଯେ, ଗଞ୍ଜେଇର କୌଣସି ଜୁଗାଡ଼ ହୋଇପାରିବ କି ନାହିଁ । ଆଉ ଏହାର ଉତ୍ତରରେ ଅନନ୍ୟା କହିଛନ୍ତି ଯେ, ସେ ଆରେଞ୍ଜ କରିବେ । ତେବେ ଏହି ଚାଟ୍ ୨୦୧୮-୧୯ର । କିନ୍ତୁ ଜେରା ବେଳେ ଏନସିବି ଆଗରେ ଅନନ୍ୟା ଏହି ଚାଟ୍ କୁ ଏକ ଥଟ୍ଟା ବୋଲି କହିଛନ୍ତି । ସେ କେବେ ଗଞ୍ଜେଇ ନେଇ ନାହାନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.