fbpx

କମେଡିଆନ୍ ଭାରତୀଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ,୨୧ ।୧୧: ଡ୍ରଗ୍ସ ମାମଲାରେ ଏନସିବିର ତଦନ୍ତ ଜାରି ରହିଛି । ଗୋଟିଏ ପରେ ଗୋଟିଏ ନୂଆ ନାଁ ସାମ୍ନାକୁ ଆସୁଛି, ଯାହାକୁ ନେଇ ତଦନ୍ତ ଜୋରସୋରରେ ଚଳାଇଛନ୍ତି ଏନସିବି । ଏହାରି ମଧ୍ୟରେ ଦେଶର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଅନଧେରି ସ୍ଥିତ ଘରେ ଏନସିବି ଚଢାଉ କରିଛି । ଆଜି ଆନ୍ଧେରି ଅଞ୍ଚଳରେ ଥିବା ଭାରତୀ ସିଂହଙ୍କ ଘରେ ଏନସିବି ଚଢ଼ାଉ କରି ସେଠାରୁ ଡ୍ରଗ୍ସ ଜବତ କରିଛି । ସୂଚନା ଅନୁସାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ୍ ଶନିବାର ଯେତେବେଳେ ତାଙ୍କ ଘରେ ଚଢଉ କରିଥିଲା ସେତେବେଳେ ଭାରତୀୟ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଘରେ ଉପସ୍ଥିତ ଥିଲେ ।

ତେବେ ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଅନେକ ତାରକାଙ୍କୁ ଟାର୍ଗେଟ କରାଯାଇଛି । ନିକଟରେ ଅଭିନେତା ଅର୍ଜୁନ ରାମାପାଲଙ୍କୁ ଏନସିବି ପଚରାଉଚରା କରିବା ସହ ତାଙ୍କ ଘରେ ଚଢାଉ କରିଥିଲା ।

Get real time updates directly on you device, subscribe now.