fbpx

ଏନସିପି ନେତା ଦିଲ୍ଲୀପ ୱଲସେ ପାଟିଲ ହେବେ ମହାରାଷ୍ଟ୍ରର ଆଗାମୀ ଗୃହମନ୍ତ୍ରୀ !

ମୁମ୍ବାଇ, ୫ା୪ (ଓଡିଶା ଭାସ୍କର) : ଅନିଲ ଦେଶମୁଖ ସୋମବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ବର୍ତ୍ତମାନ ପାଇଁ ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ବୁଝିବେ ବୋଲି ସୁଚନା ରହିଥିଲା । କିନ୍ତୁ ଏବେ ଅନିଲ ଦେଶମୁଖଙ୍କ ସ୍ଥାନରେ ଏନସିପି ନେତା ଦିଲ୍ଲୀପ ୱଲସେ ପାଟିଲ ଗୃହମନ୍ତ୍ରୀ ପଦକୁ ମଣ୍ଡନ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେବାକୁ ଲାଗିଛି । ଏନେଇ ସରକାରୀ ସୁତ୍ରରୁ ମଧ୍ୟ ଖବର ପ୍ରକାଶ ପାଇଛି । ତେବେ ଗୃହମନ୍ତ୍ରୀ ପଦ ଗ୍ରହଣ କରିବା ପରେ ହିଁ ଜଣାପଡିବ ଯେ କିଏ ହେବେ ମହାରାଷ୍ଟ୍ରର ଆଗାମୀ ଗୃହମନ୍ତ୍ରୀ । ସୁତ୍ରରୁ ପ୍ରକାଶ ଯେ, ପାଟିଲଙ୍କୁ ଏହି ପଦବୀ ମିଳିବା ନେଇ ପାଖାପାଖି ସ୍ଥିର କରାଯାଇ ସାରିଛି । ଖାଲି ଯାହା ଘୋଷଣା କରିବା ବାକି ରହିଛି ।

ସୁଚନାଯୋଗ୍ୟ, ଆଜି ଏନସିପି ନେତା ଶରଦ ପାୱାରଙ୍କୁ ଭେଟି ଅନିଲ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶମୁଖଙ୍କ ନାଁରେ ହୋଇଥିବା ଚାନ୍ଦା ଆଦାୟ ଅଭିଯୋଗର ସିବିଆଇ ତଦନ୍ତ ନେଇ ଘୋଷଣା ହେବା ପରେ ସେ ଇସ୍ତଫା ଦେଇଛନ୍ତି । ସେପଟେ ଦିଲ୍ଲୀପ ୱଲସେ ପାଟିଲ୍ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କ୍ୟାବିନେଟ୍ ରେ ଅବକାରୀ ଏବଂ ଶ୍ରମ ବିଭାଗର ମନ୍ତ୍ରୀ ପଦ ସମ୍ଭାଳୁଛନ୍ତି ।

Get real time updates directly on you device, subscribe now.