fbpx

ଭାରତରେ ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି ଏଫ ୧୨ ଏବଂ ଏଫ ୦୨ ଏସ

ନୂଆଦିଲ୍ଲୀ, ୫ା୪ (ଓଡିଶା ଭାସ୍କର): ଲୋକପ୍ରିୟ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ଆଜି ତାହାର ଦୁଇଟି ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସି ଏଫ ୧୨ ଏବଂ ଗାଲାକ୍ସି ଏଫ ୦୨ଏସ କୁ ଭାରତୀୟ ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି ୨ଟି ସ୍ମାର୍ଟଫୋନ କୁ  ବଜେଟ ସେଗମେଣ୍ଟରେ ଲଞ୍ଚ କରିଛି । ଏହି ଦୁଇଟି ସ୍ମାର୍ଟଫୋନକୁ କମ୍ପାନୀ ଏପ୍ରିଲ ୧୨ ତାରିଖରେ ଇ କମର୍ସ ୱେବସାଇଟ ଫ୍ଲିପକାର୍ଟରେ ବିକ୍ରି ଆରମ୍ଭ କରିବାକୁ ଯାଉଛି ।

ଜାଣନ୍ତୁ କଣ ରହିଛି ଏହି ଫୋନର ଫିଚର୍ସ:

ସାମସଙ୍ଗ ଗାଲାକ୍ସି ଏଫ ୧୨

ସାମସଙ୍ଗ ଗାଲାକ୍ସି ଏଫ ୧୨ରେ ଆପଣଙ୍କୁ ୬.୧୫ ଇଞ୍ଚର ଏଚ୍‌ଡି ପ୍ଲସ ଭି-ଡିସପ୍ଲେ ସହିତ ୯୦ ହର୍ଜର ରିଫ୍ରେସ ରେଟ ଦେଖିବାକୁ ମିଳିବ । ଏଥିରେ ୪୮ ମେଗାପିକ୍ସେଲର କ୍ୱାଡ଼ କ୍ୟାମେରା ସେଟଅପ ରହିଛି, ଏହି ଫୋନରେ ଆପଣଙ୍କୁ ଏକ୍ସିନସ ୮୫୦(Exynos 850) ପ୍ରୋସେସର ସହ ୬୦୦୦ ଏମଏଏଚର ବ୍ୟାଟେରୀ ଦେଖିବାକୁ ମିଳିବ । ଏହା ସହ ଏଥିରେ ଟାଇପ ସି ଚାର୍ଜିଂର ସୁବିଧା ମଧ୍ୟ ରହିଛି । ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୯୯୯୯ ଟଙ୍କା ।

ସାମସଙ୍ଗ ଗାଲାକ୍ସି ଏଫ୦୨ ଏସ

ସେହିଭଳି ସାମସଙ୍ଗ ଗାଲାକ୍ସି ଏଫ୦୨ ଏସରେ ଆପଣଙ୍କୁ ମଧ୍ୟ ସାମସଙ୍ଗ ଗାଲାକ୍ସି ଏଫ ୧୨ ପରି ୬.୧୫ ଇଞ୍ଚର ଏଚ୍‌ଡି ପ୍ଲସ ଭି-ଡିସପ୍ଲେ ଦେଖିବାକୁ ମିଳିବ, ଏଥିରେ କୁଆଲକମ ସ୍ନାପଡ୍ରାଗନ ୪୫୦ (Qualcomm Snapdragon 450) ସହ ୫୦୦୦ ଏମଏମଚ୍‌ର ବ୍ୟାଟେରୀ ସୁବିଧା ରହିଛି । ଏହା ସହ ଏଥିରେ ୧୩ ମେଗାପିକ୍ସେଲର ଟ୍ରିପଲ କ୍ୟାମେରା ସେଟଅପ ରହିଛି । ସାମସଙ୍ଗ ଗାଲାକ୍ସି ଏଫ୦୨ ଏସର ପ୍ରାରମ୍ଭିକ ମୂଲ୍ୟ ରହିଛି ୮୯୯୯ ଟଙ୍କା ।

Get real time updates directly on you device, subscribe now.