fbpx

ଆସନ୍ତା ୮ରେ ପିଏମ୍‌-ସିଏମଙ୍କ ମଧ୍ୟରେ ଆଲୋଚନା

ନୁଆଦିଲ୍ଲୀ, ୫ା୪ (ଓଡିଶା ଭାସ୍କର) : ଆସନ୍ତା ୮ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ । ଏହି ବୈଠକ ୮ ତାରିଖ ସନ୍ଧ୍ୟା ୬ଟା ୩୦ରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସ୍ଥିତିକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ଆଲୋଚନା କରିବେ ବୋଲି ଜଣାପଡିଛି । ଏହାର କିପରି ମୁକାବିଲା କରାଯିବ ସେ ନେଇ ମଧ୍ୟ ଆଲୋଚନା ହେବ । ଏହି ବୈଠକ ଭର୍ଚୁଆଲ ମୋଡ୍ ରେ ହେବ ।

ତେବେ କରୋନାର ଦ୍ୱିତୀୟ ଲହର ଯେଉଁଭଳି ଭାବରେ ବଢ଼ିବାକୁ ଲାଗିଛି ତାହା ଚିନ୍ତାର କାରଣ ପାଲଟିଛି । ଦିଲ୍ଲୀରେ ସ୍ଥିତି ଜଟିଳ ହୋଇ ପଡିଛି । ଦିନକରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ କରିଛି । ତେଣୁ ଏବେ କିଛି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଏବଂ ଲକଡାଉନ୍ ମଧ୍ୟ ଲାଗୁ ହୋଇସାରିଲାଣି । ଅପରପକ୍ଷେ ପ୍ରବାସୀ ମାନେ ମଧ୍ୟ ପୁର୍ବବତ୍ ନିଜ ନିଜ ରାଜ୍ୟକୁ ଫେରିବାକୁ ଲାଗିଲେଣି । ଯଦ୍ୱାରା ସଂକ୍ରମଣର ଭୟ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.