fbpx
BSKY
BJD SHG SKY
BJD YOUTH SKY

ନୱାବ ମଲିକଙ୍କ ନାମରେ ୧୦୦୦ କୋଟିର ମାନହାନି ମୋକଦ୍ଦମା; ଜାଣନ୍ତୁ କାହିିଁକି

ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନୱାବ ମଲିକଙ୍କୁ ଝଟକା । ନୱାବ ମଲିକଙ୍କ ନାମରେ ରୁଜୁ ହୋଇଛି ୧୦୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା । ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେଙ୍କୁ ଆକ୍ରମଣ ନେଇ ଚର୍ଚ୍ଚାରେ ଥିବା ନୱାବଙ୍କୁ ସୋମବାର ବଡ ଝଟକା ଲାଗିଛି । ନୱାବଙ୍କ ସମେତ ୭ ଜଣଙ୍କ ନାମରେ ଏହି ମାନହାନି ମୋକଦ୍ଦମା ରୁଜୁ ହୋଇଥିବା ବେଳେ କୋର୍ଟ ଏହାକୁ ଗ୍ରହଣ କରିଛନ୍ତି । ଏହା ସହିତ ଏହି ମାନହାନିର ଉତ୍ତର ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁମ୍ବାଇ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋ ଅପରେଟିଭ ବ୍ୟାଙ୍କ ପକ୍ଷରୁ ଏହି ମାନହାନି ମୋକଦ୍ଦମା ଦାୟର କରାଯାଇଛି ।
ମଲିକଙ୍କ ପକ୍ଷରୁ ଜୁଲାଇ୧-୪ ତାରିଖ ମଧ୍ୟରେ ବ୍ୟାଙ୍କ ବିରୋଧରେ ବିଭିନ୍ନ ଆପତ୍ତି ଜନକ ହୋର୍ଡିଂ ଲଗାଯାଇଥିବା ନେଇ ଓକିଲ ଅଖିଳେଶ ଚୌବେ କୋର୍ଟଙ୍କୁ କହିଛନ୍ତି । ଏହି ମାମଲାରେ ନୱାବଙ୍କୁ ନୋଟିସ ଜାରି କରାଯାଇଥିଲେ ହେଁ କ୍ଷମା ପ୍ରାର୍ଥନା କରିବାକୁ ସ୍ପଷ୍ଟ ମନା କରି ଦେଇଥିଲେ । ବ୍ୟାଙ୍କ ନାମରେ ଏଭଳି ଭିତ୍ତିହୀନ ପ୍ରଚାର ବ୍ୟାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି । ତେବେ ଏହି ମାମଲାରେ ତାଙ୍କକର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ନୱାବ ମଲିକ୍ ।

Get real time updates directly on you device, subscribe now.