fbpx

ବଲାଙ୍ଗିର ଏସପିଙ୍କୁ ଏନସିପିସିଆରଙ୍କ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାଲିଙ୍ଗ ପବ୍ଳିକ ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ମାମଲା । ବଲାଙ୍ଗିର ଏସପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍ । ୫ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନସିପିସିଆର । ନିଜ ଆଡ଼ୁ ମାମଲା ଗ୍ରହଣ କରି ନୋଟିସ୍ କଲେ ଏନସିପିସିଆର । ପୋକ୍ସୋ ଆଇନରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ସ୍କୁଲର ସ୍ୱତନ୍ତ୍ର ରୁମରେ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । ପରୀକ୍ଷାରେ ଭଲ ମାର୍କ ଦେବାକୁ କହି ଗୋବିନ୍ଦ ସାହୁ ନିର୍ଯ୍ୟାତନା ଦେଉଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିୟମିତ ସ୍କୁଲକୁ ଯାଉଥିଲେ ବୋଲି କହିଛନ୍ତି ଏନସିପିସିଆର ।

ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ଘଟଣାରେ ଗୋବିନ୍ଦର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ(ରାଧେ)କୁ ମଧ୍ୟ ପୋଲିସ ଗିରଫ କରିଛି । ସେପଟେ ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ବିରୋଧୀ ଏହି ଘଟଣାରେ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଦର୍ଶାଇ ଇସ୍ତଫା ଦାବି କରିଛନ୍ତି ।

Get real time updates directly on you device, subscribe now.