fbpx

BCCI ମହିଳା କ୍ରିକେଟ୍: ମଧୁସ୍ମିତାଙ୍କ ନେତୃତ୍ୱରେ ୨୦ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିସିସିଆଇ ସିନିୟର ମହିଳା କ୍ରିକେଟ ପାଇଁ ଘୋଷିତ ହୋଇଛି ଓଡ଼ିଶା ଦଳ । ଏଲିଟ୍ ବି ଗ୍ରୁପରେ ରହିଥିବା ଓଡ଼ିଶା ପକ୍ଷରୁ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ମଧୁସ୍ମିତା ବେହେରାଙ୍କ ନେତୃତ୍ୱରେ ଘୋଷିତ ଦଳରେ ମାଧୁରୀ ମେହେଟ୍ଟାଙ୍କୁ ଉପ ଅଧିନାୟିକା ରଖାଯାଇଛି । ସୁରେଶ କୁମାରଙ୍କୁ ଦଳର ମୁଖ୍ୟ କୋଚ ଘୋଷଣା କରାଯାଇଥିବା ବେଳେ ବିକାଶ ପତିଙ୍କୁ ବ୍ୟାଟିଂ କୋଚ ରଖାଯାଇଛି । ତାମିଲନାଡ଼ୁ ବିପକ୍ଷରେ ୩୧ ଅକ୍ଟୋବରରେ ପ୍ରଥମ ମ୍ୟାଚ ଖେଳିବ ଓଡ଼ିଶା ।

ଓଡ଼ିଶା ଦଳ: ମଧୁସ୍ମିତା ବେହେରା, ମାଧୁରୀ ମେହେଟ୍ଟା, ସରିତା ମେହେର, କାଜଲ ଜେନା, ସୁନୀତା ମୁର୍ମୁ, ପ୍ରିୟଙ୍କା ସାହୁ, ପ୍ରଜ୍ଞା ପାରମିତା ମହାନ୍ତି, ସୁଶ୍ରୀ ଦିବ୍ୟଦର୍ଶିନୀ, ରସନାରା ପରୱିନ, ରାଜଶ୍ରୀ ସ୍ୱାଇଁ, ସୋନାଲି ହେମ୍ବ୍ରମ, ରଶ୍ମିତା ଚିନରା, ଶିଳ୍ପା ସ୍ୱାଇଁ, ସୁଜାତା ମଲିକ, ବନଲତା ମଲିକ, ତରଣା ପ୍ରଧାନ, ଶୁଭ୍ରା ଏନ ସ୍ୱାଇଁ, ତନ୍ମୟୀ ବେହେରା, ଅଞ୍ଜଳି ସିଂ, ସଙ୍ଗୀତା ଖେଡିଆ, ରାମେଶ୍ୱରୀ ନାଏକ ।

Get real time updates directly on you device, subscribe now.