fbpx

T-20 World Cup : ଓପ୍ନରରେ ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଶନିବାର ଠାରୁ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପ୍ । ଉଦ୍ଘାଟନୀ ମୁକାବିଲାରେ ସାଉଥ୍ ଆଫ୍ରିକାକୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ । ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ସାଉଥ ଆଫ୍ରିକାକୁ ୫ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୧୮ ରନ୍ କରିଥିବା ବେଳେ ଦୁଇଟି ବଲ ବାକି ଥାଇ ୫ ୱିକେଟ ହରାଇ ମ୍ୟାଚ ଜିତି ନେଇଥିଲା ଅଷ୍ଟ୍ରେଲିଆ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସାଉଥ୍ ଆଫ୍ରିକା ୯ ୱିକେଟ ହରାଇ ୧୧୮ ରନ କରିଥିଲା । ପ୍ରଥମ ସ୍ପେଲରେ ଜୋଶ ହେଜେଲଉଡ୍ ଘାତକ ବୋଲିଂ କରି ୨-୧-୧-୨ର ଫିଗର ହାସଲ କରିଥିଲେ । ହେଜେଲଉଡଙ୍କ ଚମକ୍ରାର ବୋଲିଂରେ ସାଉଥ ଆଫ୍ରିକା ସଙ୍କଟରେ ପଡିଥିଲା । ତେବେ ଏଡେନ ମାର୍କରାମଙ୍କ ୪୦ ରନ ସହିତ ଡେଭିଡ ମିଲରଙ୍କ୧୬ ଓ କାଗିସୋ ରବାଡାଙ୍କ ଅପରାଜିତ ୧୯ ରନର ଅବଦାନ ସହିତ ଦଳ ୧୧୮ ରନ ସଂଗ୍ରହ କରିଥିଲା । ୧୧୯ ରନର ଲକ୍ଷ୍ୟ ସହଜ ହେବ ବୋଲି ମନେ ହେଉଥିଲା । ମାତ୍ର ରବାଡା, ନର୍ଜେ ଏବଂ ସ୍ପିନର ମ୍ୟାଚକୁ ଅନ୍ତିମ ଓଭର ଯାଏଁ ନେଇଥିଲେ । ଷ୍ଟିଭେନ୍ ସ୍ମିଥ୍ ସର୍ବାଧିକ ୩୫ ରନ କରିଥିବା ବେଳେ ଷ୍ଟୋଇନିସ ଅପରାଜିତ ୨୪ ରନ ସହ ଦଳକୁ ବିଜୟୀ କରାଇଥିଲେ । ଆନିର୍କ ନୋର୍ଜେ ମାତ୍ର ୨୧ ରନରେ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ କାଗିସୋ ରବାଡା, କେଶବ ମହାରାଜ ଏବଂ ତାବରେଜ ସାମସୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅଗ୍ନିବର୍ଷୀ ବୋଲିଂ ପାଇଁ ହେଜେଲଉଡଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.